ତୀଜ ମହୋତ୍ସବ ସୋମବାର ହେବ ଅନୁଷ୍ଠିତ
ନୂଆ ଦିଲ୍ଲୀ, ଜୁଲାଇ ୨୬ (ହିସ)- ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଇଂଣ୍ଡିଆ ଟୁରିଜିମ୍ ଜୁଲାଇ ୨୮ (ସୋମବାର) ରେ ସ୍ପନ୍ଦନଶୀଳ ଏବଂ ସାଂସ୍କୃତିକ ସମୃଦ୍ଧ ତୀଜ ମହୋତ୍ସବ ଆୟୋଜନ କରିବ। ଶନିବାର ଇଂଣ୍ଡିଆ ଟୁରିଜିମ୍ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି ଯେ ୮୮ ଜନପଥରେ ଅବସ୍ଥିତ ଇଂଣ୍ଡିଆ ଟୁରିଜିମ୍
ତୀଜ ମହୋତ୍ସବ ସୋମବାର ହେବ ଅନୁଷ୍ଠିତ


ନୂଆ ଦିଲ୍ଲୀ, ଜୁଲାଇ ୨୬ (ହିସ)- ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଇଂଣ୍ଡିଆ ଟୁରିଜିମ୍ ଜୁଲାଇ ୨୮ (ସୋମବାର) ରେ ସ୍ପନ୍ଦନଶୀଳ ଏବଂ ସାଂସ୍କୃତିକ ସମୃଦ୍ଧ ତୀଜ ମହୋତ୍ସବ ଆୟୋଜନ କରିବ। ଶନିବାର ଇଂଣ୍ଡିଆ ଟୁରିଜିମ୍ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି ଯେ ୮୮ ଜନପଥରେ ଅବସ୍ଥିତ ଇଂଣ୍ଡିଆ ଟୁରିଜିମ୍ କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବ ଭାରତୀୟ ଐତିହ୍ୟର ରଙ୍ଗ, ପରମ୍ପରା ଏବଂ ଆତ୍ମାକୁ ପ୍ରଦର୍ଶନ କରିବ। ଏହାର ଉଦ୍ଦେଶ୍ୟ ହେଉଛି ଭାରତର ଅମୁଲ୍ୟ ସାଂସ୍କୃତିକ ଐତିହ୍ୟର ପ୍ରଚାର କରିବା।

ତୀଜ ଉତ୍ସବ ମୁଖ୍ୟତଃ ଉତର ଭାରତ, ବିଶେଷକରି ରାଜସ୍ଥାନ, ଉତର ପ୍ରଦେଶ, ହରିୟାଣା ଏବଂ ପଞ୍ଜାବର ମହିଳାମାନଙ୍କ ଦ୍ୱାରା ପାଳନ କରାଯାଏ। ଏହି ଉତ୍ସବ ମୌସୁମୀର ଆଗମନର ପ୍ରତୀକ। ଏହା ଦେବୀ ପାର୍ବତୀ ଏବଂ ଭଗବାନ ଶିବଙ୍କ ପୁନର୍ଜନ୍ମର ମଧ୍ୟ ପ୍ରତୀକ।

ବିବୃତି ଅନୁଯାୟୀ, ରାଜସ୍ଥାନର ପାରମ୍ପରିକ ତୀଜ ଲୋକ ପ୍ରଦର୍ଶନ, ପାରମ୍ପରିକ ଚୁଡ଼ିର ଷ୍ଟଲ୍‌, ମେହେନ୍ଦି ଲଗାଇବା ସ୍ଥାନ, ଉତର ଭାରତୀୟ ଖାଦ୍ୟ, ଉତ୍ସବର ସାରକୁ ଧରି ସାଜସଜ୍ଜା ଦିଲ୍ଲୀରେ ଆକର୍ଷଣର କେନ୍ଦ୍ର ହେବ। ଘରୋଇ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟକ ଏହି ଉତ୍ସବରେ ଅଂଶଗ୍ରହଣ କରିପାରିବେ। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରଣାଳୟ, ରାଜ୍ୟ ପର୍ଯ୍ୟଟନ ବୋର୍ଡ, ପର୍ଯ୍ୟଟନ ଅଂଶୀଦାର - ଟୁର୍ ଅପରେଟର, ହୋଟେଲ ମାଲିକ, ଟିକେଟ୍ ଏଜେଂଟ, ଗାଇଡ୍ ଏବଂ ପର୍ଯ୍ୟଟକଙ୍କ ବ୍ୟାପକ ଅଂଶଗ୍ରହଣ ଦେଖିବାକୁ ମିଳିବ।

---------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande