ନୂଆଦିଲ୍ଲୀ, ୨୪ ଜୁଲାଇ(ହି.ସ.) – କଂଗ୍ରେସ ନେତା ରାହୁଲ ଗାନ୍ଧ୍ରୀ ବିହାରରେ ଚାଲୁଥିବା ମତଦାନ ସୂଚୀର ବିଶେଷ ଗହନ ପୁନରୀକ୍ଷଣ(ଏସ୍ଆଇଆର୍)କୁ ନେଇ ନିର୍ବାଚନ ଆୟୋଗ ବିରଦ୍ଧରେ ଆକ୍ରମଣ କରିଛନ୍ତି । ସେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ତାକୁ ପକ୍ଷପାତପୂର୍ଣ୍ଣ କହିଛନ୍ତି।
ରାହୁଲ ଗାନ୍ଧୀ କହିଛନ୍ତି ଯେ ନିର୍ବାଚନ ଆୟୋଗ ଏବେ ଭାରତର ଲୋକତାନ୍ତ୍ରିକ ସଂସ୍ଥାନ ପରି କାମ କରୁନାହିଁ ଏବଂ ସେ ନିକଟରେ ବୟାନ ଦେଇଛନ୍ତି ଯେ, ସେଠାରେ ଠିକ୍ ନାହିଁ। ନିର୍ବାଚନ ଆୟୋଗ ନିଜ ମୂଳ କାମ କରୁନାହିଁ ଏବଂ ଏଠାରେ ଲୋକତନ୍ତ୍ର ପାଇଁ ଗମ୍ଭୀର ଚିନ୍ତାର ବିଷୟ ଅଟେ।
ରାହୁଲ ଗାନ୍ଧୀ କର୍ଣ୍ଣାଟକର ଉଦାହରଣ ଦେଇ କହିଛନ୍ତି ଯେ ଆମ ପାଖରେ ସେଠାର ଏକ ସିଟ୍ ସହିତ ଯୋଡ଼ିଥିବା ମାମଲାରେ ନିର୍ବାଚନ ଆୟୋଗ ଦ୍ୱାରା କଥିତ ଧୋକାର ଅନୁମତି ଦେବାର ୧୦୦ ପ୍ରତିଶତ ପ୍ରମାଣ ଅଟେ। ସେ କହିଛନ୍ତି ଯେ ଏହା କୌଣସି ସଂଯୋଗ ନୁହେଁ, ପରନ୍ତୁ ଚିନ୍ତା ବିଚାରର ରଣନୀତି ପରି ନିର୍ବାଚନ କ୍ଷେତ୍ରରେ ମତଦାତା ସୂଚୀରେ ହେରଫେର କରାଯାଉଛି। ସେ କହିଛନ୍ତି ଯେ କେବଳ ଗୋଟିଏ ନିର୍ବାଚନ କ୍ଷେତ୍ର ଯାଂଚ କରିବା ପରେ ଏହି ଗଡ଼ବଡ଼ ଆଗକୁ ଆସିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି