ନୂଆଦିଲ୍ଲୀ, 24 ଜୁଲାଇ (ହି.ସ.)
- ନିର୍ବାଚନ ଆୟୋଗ କହିଛି ଯେ ଅଗଷ୍ଟରୁ 1 ସେପ୍ଟେମ୍ବର 1 ମଧ୍ୟରେ ରାଜନୈତିକ ଦଳଗୁଡିକ
ଯୋଗ୍ୟ ଭୋଟରମାନଙ୍କ ନାମ ଭୋଟର ତାଲିକାରେ ଯୋଡି ପାରିବେ, ଏବଂ ଯଦି କାହାର ନାମ ଭୁଲ୍ ବଶତଃ ତାଲିକାରେ ଯୋଡ଼ାଯାଇଥିବ , ତେବେ ସେ ନାମକୁ ବି ହଟାଇପାରିବେ।
ନିର୍ବାଚନ ଆୟୋଗଙ୍କ ଏହି ବକ୍ତବ୍ୟଟି ବିହାରରେ ବିଶେଷ ଗଭୀର ପୁନଃପରୀକ୍ଷଣକୁ ନେଇ ବିରୋଧୀଙ୍କ
ଲଗାତର ବିରୋଧ ମଧ୍ୟରେ ସାମ୍ନାକୁ ଆସିଛି।
ନିର୍ବାଚନ ଆୟୋଗ କହିଛି ଯେ ବିହାରରେ ଜାରି ବିଶେଷ ଗଭୀର ପୁନଃପରୀକ୍ଷଣ ସମ୍ପର୍କିତ ଆଦେଶର
ପୃଷ୍ଠା 3, ପାରା 7(5) ଅନୁସାରେ, କୌଣସି ମତଦାତା କିମ୍ବା ମାନ୍ୟତାପ୍ରାପ୍ତ ରାଜନୈତିକ ଦଳକୁ 1 ଅଗଷ୍ଟରୁ 1 ସେପ୍ଟେମ୍ବର
ପର୍ଯ୍ୟନ୍ତ ଗୋଟିଏ ମାସର ସମୟ ମିଳିବ, ଯାହାଦ୍ୱାରା ସେମାନେ ଯେକୌଣସି ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ
ଭର୍ତ୍ତି କରାଇପାରିବେ, ଯାହାକି ବିଏଲଓ/ବିଏଲଏଦ୍ୱାରା ଛାଡ଼ି ଯାଇଥିଲେ। ଏହା ସହିତ ବିଏଲଓବା ବିଏଲଏଦ୍ୱାରା ଭୁଲ୍ ଭାବେ ତାଲିକାରେ ଯୋଡ଼ାଯାଇଥିବା ଯେକୌଣସି ମତଦାତାଙ୍କ
ନାମକୁ ବି ସେମାନେ କାଟିପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା