ଶିମଲା, 24 ଜୁଲାଇ (ହି.ସ.)- ହିମାଚଳ ପ୍ରଦେଶରେ ମୌସୁମୀ ପୁଣିଥରେ ସକ୍ରିୟ ହୋଇଛି । ପାଣିପାଗ ବିଭାଗ ଜୁଲାଇ
26 ରୁ 30 ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଲର୍ଟ ଜାରି କରିଛି । ଆଜି
ଓ କାଲି ରାଜ୍ୟରେ କିଛି ଆଶ୍ୱସ୍ତି ମିଳିପାରିବ ବୋଲି ଆଶା କରାଯାଉଛି,
ଯେଉଁଠି
ହାଲୁକା ଠାରୁ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ ରହିଛି।
ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାର
ନଗରୋଟା ସୁରିଆଁରେ ସବୁଠାରୁ ଅଧିକ 55 ମି.ମି. ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ବିଳାସପୁରର
ନୈନା ଦେବୀରେ 33 ମି.ମି., ଗୁଲେରରେ 29 ମି.ମି.,
ନାହନରେ
28 ମି.ମି., ମୁରାରୀ ଦେବୀରେ 22 ମି.ମି., ଘୁମରୁରରେ 19 ମି.ମି.,
କସୌଳୀରେ
18 ମି.ମି. ଏବଂ ଭଟିୟାତରେ 14 ମି.ମି. ବର୍ଷା ହୋଇଛି। ରାଜଧାନୀ ଶିମଲା ଏବଂ ତାହା ଆଖପାଖ
ଅଞ୍ଚଳରେ ମଧ୍ୟ ଗତକାଲି ରାତିରେ ବର୍ଷା ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା