ଜାତିସଂଘ/ତେହରାନ, 24 ଜୁଲାଇ (ହି.ସ.)- ଇରାନ ସଂକେତ ଦେଇଛି ଯେ ଯଦି ୟୁରୋପୀୟ ଦେଶମାନେ ପୁଣିଥରେ ତା ଉପରେ
ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରନ୍ତି, ତେବେ ସେ ପରମାଣୁ ଅସ୍ତ୍ର ଅପ୍ରସାର
ବିରୋଧୀ ସନ୍ଧିରୁ ପାରମ୍ପରିକ ଭାବରେ ବାହାରିବାର ଦ୍ୱିତୀୟ ଦେଶ ହୋଇପାରେ। ଏହା ଇରାନର
ଉପ-ବିଦେଶମନ୍ତ୍ରୀ ଏବଂ ବରିଷ୍ଠ ଅଣୁ ଆଲୋଚକ କାଜେମ୍ ଗରିବାବାଦି କହିଛନ୍ତି,
ଯେତେବେଳେ
ଆସନ୍ତା ଶୁକ୍ରବାର ବ୍ରିଟେନ୍, ଫ୍ରାନ୍ସ ଓ ଜର୍ମାନୀ ସହ ହେବାକୁ ଥିବା
ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ରାଜନୈତିକ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ଗରିବାବାଦି ସାମ୍ବାଦିକମାନଙ୍କ ସହ ଆଲୋଚନାରେ କହିଛନ୍ତି,
ଯଦି
ସ୍ନ୍ୟାପବ୍ୟାକ୍ ପ୍ରାବଧାନ ଅନୁଯାୟୀ ପୁଣିଥରେ ପ୍ରତିବନ୍ଧକ ଲାଗୁ କରାଯାଏ,
ତେବେ
ଇରାନ ଆଉ ଅନୁଶାସନ ରଖିବେ ନାହିଁ। ସେ କହିଛନ୍ତି ଯେ, ଇରାନ 1970 ମସିହାର ଏନପିଟିସନ୍ଧିକୁ
ଏପର୍ଯ୍ୟନ୍ତ ମାନିଆସୁଛି, କିନ୍ତୁ ଦେଶର ମଧ୍ୟରୁ ଏହି ସନ୍ଧିରୁ
ବାହାରିବା ପାଇଁ ଚାପ ଦିନକୁ ଦିନ ବଢ଼ୁଛି, ବିଶେଷକରି ନିକଟତମ ଇସ୍ରାଏଲ ଓ ଆମେରିକା
ଆକ୍ରମଣ ପରେ।
ଗରିବାବାଦି ୟୁରୋପୀୟ ଦେଶମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇ କହିଛନ୍ତି,
ଯଦି
ୟୁରୋପର ନୀତିଗୁଡିକ ଆମେରିକା ଅନୂରୂପ ହୋଇଯିବ, ତେବେ ଆମ ପାଇଁ ସେମାନଙ୍କ
ସହିତ ଆଲୋଚନା କରିବାର କ'ଣ ଅର୍ଥ ରହିଯିବ?
ତେବେ
ଆମେ ସିଧାସଳଖ ଭାବେ ଅମେରିକା ସହିତ କାହିଁକି କଥାନହେବୁ ?ସେ କହିଛନ୍ତି ଯେ,
ରାଜନୈତିକ
ପ୍ରୟାସ ଓ ସଂବାଦ ଦ୍ୱାରା ଏହି ସଂକଟକୁ ରୋକିବା ସମ୍ଭବ, କିନ୍ତୁ ତାହା ପାଇଁ
ୟୁରୋପକୁ ଏକ ସ୍ୱାଧୀନ ଅଭିମତ ଗ୍ରହଣ କରିବାକୁ ପଡ଼ିବ।
ଇରାନର ବିଦେଶମନ୍ତ୍ରୀ ଅବ୍ବାସ ଅରାକଚି ଓ ଗରିବାବାଦି – ଉଭୟ ଆଶା ପ୍ରକାଶ
କରିଛନ୍ତି ଯେ, ଆସନ୍ତା ଶୁକ୍ରବାର ହେବାକୁ ଥିବା ବୈଠକରେ କୌଣସି ସମାଧାନ
ବାହାରିପାରେ, ଯାହା ଦ୍ୱାରା ପୁଣିଥରେ ପ୍ରତିବନ୍ଧକ ଲାଗିବା ବା ସନ୍ଧିରୁ ବାହାରିବା
ଅବସ୍ଥାକୁ ଟାଳିହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା