ଢାକା ବିମାନ ଦୁର୍ଘଟଣା- ବାଂଲାଦେଶରେ ପହଂଚିଲେ ଭାରତୀୟ ବିଶେଷଜ୍ଞ ଚିକିତ୍ସକ ଟିମ
ନୂଆଦିଲ୍ଲୀ, 24 ଜୁଲାଇ (ହି.ସ.) - ବାଂଲାଦେଶର ରାଜଧାନୀ ଢାକାରେ ଘଟିଥିବା ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କ ଚିକିତ୍ସା ପାଇଁ ଭାରତୀୟ ବିଶେଷଜ୍ଞ ଡାକ୍ତର, ନର୍ସଙ୍କୁ ନେଇ ଗଠିତ ଏକ ଟିମ୍ ଢାକାରେ ପହଁଚିଛନ୍ତି। ଏହି ସୂଚନା ବୁଧବାର ରାତିରେ ବିଦେଶ ମନ୍ତ୍ରଣାଳୟର
ଢାକା ବିମାନ ଦୁର୍ଘଟଣା- ବାଂଲାଦେଶରେ ପହଂଚିଲେ ଭାରତୀୟ ବିଶେଷଜ୍ଞ ଚିକିତ୍ସକ ଟିମ


ନୂଆଦିଲ୍ଲୀ, 24 ଜୁଲାଇ (ହି.ସ.)

- ବାଂଲାଦେଶର ରାଜଧାନୀ ଢାକାରେ ଘଟିଥିବା ବିମାନ ଦୁର୍ଘଟଣାରେ ଆହତ ହୋଇଥିବା

ଲୋକମାନଙ୍କ ଚିକିତ୍ସା ପାଇଁ ଭାରତୀୟ ବିଶେଷଜ୍ଞ ଡାକ୍ତର, ନର୍ସଙ୍କୁ

ନେଇ ଗଠିତ ଏକ ଟିମ୍ ଢାକାରେ ପହଁଚିଛନ୍ତି। ଏହି ସୂଚନା ବୁଧବାର ରାତିରେ ବିଦେଶ ମନ୍ତ୍ରଣାଳୟର

ପ୍ରବକ୍ତା ରଣଧୀର ଜୟଶୱାଲ୍ ‘ଏକ୍ସ’ ମାଧ୍ୟମରେ ଦେଇଛନ୍ତି।

ସେ କହିଛନ୍ତି ଯେ, ଭାରତର ଦୁଇଟି ପ୍ରମୁଖ ପୋଡାଜଳା

ଚିକିତ୍ସା କେନ୍ଦ୍ର – ନୂଆଦିଲ୍ଲୀ ସ୍ଥିତ ଡା.

ରାମମନୋହର ଲୋହିଆ ହସ୍ପିଟାଲ୍ ଏବଂ ସଫଦରଜଙ୍ଗ ହସ୍ପିଟାଲରୁ ଦୁଇଜଣ ଭାରତୀୟ ବିଶେଷଜ୍ଞ ଏବଂ ଜଣେ

ନର୍ସିଂ ସହାୟକଙ୍କର ଟିମ୍, 21 ଜୁଲାଇରେ ଢାକାରେ ଘଟିଥିବା

ବିମାନ ଦୁର୍ଘଟଣାର ପୀଡିତମାନଙ୍କ ଚିକିତ୍ସାରେ ସାହାଯ୍ୟ ପାଇଁ ଢାକାରେ ପହଁଚିଛି।

ସେ କହିଛନ୍ତି ଯେ ଡାକ୍ତର ଓ ନର୍ସ ଆସନ୍ତାକାଲି ସକାଳଠାରୁ ଏକ ନିର୍ଦ୍ଧାରିତ ହସ୍ପିଟାଲ୍‌ରେ

ଏହି ଆହତ ରୋଗୀମାନଙ୍କ ଚିକିତ୍ସା କାର୍ଯ୍ୟ ଆରମ୍ଭ କରିଦେବେ। ଏହି ଯାତ୍ରା ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ବିପଦ ଅବସ୍ଥାରେ ବାଂଲାଦେଶକୁ ଯଥାସମ୍ଭବ ସମସ୍ତ ସହଯୋଗ ଓ

ସମର୍ଥନ ଦେବା ଆଶ୍ୱାସନା ପରେ ହୋଇଛି। ଭାରତୀୟ ଉଚ୍ଚାୟୋଗର କର୍ମଚାରୀମାନେ ଢାକା

ବିମାନବନ୍ଦରରେ ଏହି ଚିକିତ୍ସା ଟିମ୍‌କୁ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି ଯେ ବିପଦର ଏହି ସମୟରେ

ଭାରତ ବାଂଲାଦେଶ ସହ ଦୃଢ଼ ଭାବେ ଠିଆହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande