ଦୁଇ ଦିବସୀୟ ଗସ୍ତରେ ଲଣ୍ଡନରେ ପହଂଚିଲେ ପିଏମ ମୋଦି, ସ୍ୱାଗତ ପାଇଁ ଲୋକଙ୍କ ଭିଡ
ଲଣ୍ଡନ, 24 ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ସରକାରୀ ଗସ୍ତରେ ବୁଧବାର ଲଣ୍ଡନରେ ପହଁଚିଛନ୍ତି ।ଏଠାରେ ବହୁ ସଂଖ୍ୟକ ଭାରତୀୟ ସମୁଦାୟର ଲୋକମାନେ ତାଙ୍କ ଉପସ୍ଥିତିରେ ଉତ୍ସାହର ସହିତ ସ୍ୱାଗତ କରିଛନ୍ତି। ତାଙ୍କ ସ୍ୱାଗତରେ ଉତ୍ସାହିତ ଲୋକମାନେ
ଦୁଇ ଦିବସୀୟ ଗସ୍ତରେ ଲଣ୍ଡନରେ ପହଂଚିଲେ ପିଏମ ମୋଦି, ସ୍ୱାଗତ ପାଇଁ ଲୋକଙ୍କ ଭିଡ


ଲଣ୍ଡନ, 24 ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ସରକାରୀ ଗସ୍ତରେ ବୁଧବାର ଲଣ୍ଡନରେ

ପହଁଚିଛନ୍ତି ।ଏଠାରେ ବହୁ ସଂଖ୍ୟକ ଭାରତୀୟ ସମୁଦାୟର

ଲୋକମାନେ ତାଙ୍କ ଉପସ୍ଥିତିରେ ଉତ୍ସାହର ସହିତ ସ୍ୱାଗତ କରିଛନ୍ତି। ତାଙ୍କ ସ୍ୱାଗତରେ ଉତ୍ସାହିତ

ଲୋକମାନେ ତିରଙ୍ଗା ଉଡାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ସ୍ୱାଗତ କରୁଥିବା ଲୋକମାନଙ୍କ ପ୍ରତି

କୃତଜ୍ଞତା ପ୍ରକାଶ କରି ଏହାକୁ “ମନକୁ ଛୁଇଁଯିବା”

ଅନୁଭୂତି

ବୋଲି ବର୍ଣ୍ଣନା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଲଣ୍ଡନରେ ପହଁଚିଛନ୍ତି,

ଯେଉଁଠି

ଭାରତୀୟ ସମୁଦାୟ ତାଙ୍କୁ ଉତ୍ସାହିତ ଭାବେ ଅଭିନନ୍ଦନ କରିଛନ୍ତି। ସେ ତାଙ୍କ ‘ଏକ୍ସ’

ପୋଷ୍ଟରେ

ଏହି ଦୃଶ୍ୟର କିଛି ଫଟୋ ସେୟାର କରି ଲେଖିଛନ୍ତି ଯେ,ୟୁକେରେ ଭାରତୀୟ ସମୁଦାୟଙ୍କ ଅଭିନନ୍ଦନରେ

ମୁଁ ଅଭିଭୂତ। ଭାରତର ଉନ୍ନତି ପ୍ରତି ସେମାନଙ୍କ ସ୍ନେହ ଓ ଉତ୍ସାହ ମନକୁ ଛୁଇଁଯିବା ଅନୁଭୂତି

ଦେଉଛି।

ଦୁଇ ଦିନିଆ ଯାତ୍ରାରେ ଲଣ୍ଡନ୍ ପହଁଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏହି

ତାଙ୍କର ପ୍ରଧାନମନ୍ତ୍ରୀ ଭାବେ ବ୍ରିଟେନ୍‌କୁ ଚତୁର୍ଥ ଯାତ୍ରା ଅଟେ। ଏହି ଗସ୍ତରେ

ଭାରତ-ବ୍ରିଟେନ୍ ମୁକ୍ତ ବ୍ୟାପାର ଚୁକ୍ତି ଉପରେ ସ୍ୱାକ୍ଷର ହେବାକୁ ଯାଉଛି,

ଯାହା

ଉଭୟ ଦେଶର ଦ୍ୱିପକ୍ଷୀୟ ବ୍ୟାପାରକୁ ଏକ ନୂଆ ଶିଖରକୁ ନେଇଯିବ। ଏହି ଯାତ୍ରା ସମୟରେ ମୋଦି ବ୍ରିଟେନ୍

ରାଜା କିଙ୍ଗ ଚାର୍ଲ୍ସ-III ଏବଂ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ କିଅର୍ ଷ୍ଟାର୍ମରଙ୍କୁ

ଭେଟିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande