ରାଜ୍ୟସଭାର 6 ସଦସ୍ୟ ସେବାନିବୃତ୍ତ, ରାଜ୍ୟସଭା ସଦସ୍ୟତା ଗ୍ରହଣ କଲେ ଉଜ୍ଜ୍ୱଳ ନିକମ
ନୂଆଦିଲ୍ଲୀ, 24 ଜୁଲାଇ (ହି.ସ.)-ପହଲଗାମ ଆକ୍ରମଣ, ଅପରେସନ ସିନ୍ଦୂର ଓ ବିହାରରେ ଭୋଟର ତାଲିକା ପୁନର୍ନବୀକରଣ ନେଇ ବିରୋଧୀ ସଦସ୍ୟମାନେ ଗୁରୁବାର ରାଜ୍ୟସଭାରେ ଚତୁର୍ଥ ଦିନ ମଧ୍ୟ ହଟ୍ଟଗୋଳ କରିଛନ୍ତି। ସେବାନିବୃତ୍ତ ହେଉଥିବା ରାଜ୍ୟସଭାର ଛଅଜଣ ସଦସ୍ୟଙ୍କୁ ବିଦାୟ ଦେବା
ରାଜ୍ୟସଭାର 6 ସଦସ୍ୟ ସେବାନିବୃତ୍ତ, ରାଜ୍ୟସଭା ସଦସ୍ୟତା ଗ୍ରହଣ କଲେ ଉଜ୍ଜ୍ୱଳ ନିକମ


ନୂଆଦିଲ୍ଲୀ, 24 ଜୁଲାଇ (ହି.ସ.)-ପହଲଗାମ ଆକ୍ରମଣ, ଅପରେସନ ସିନ୍ଦୂର ଓ

ବିହାରରେ ଭୋଟର ତାଲିକା ପୁନର୍ନବୀକରଣ ନେଇ ବିରୋଧୀ ସଦସ୍ୟମାନେ ଗୁରୁବାର ରାଜ୍ୟସଭାରେ ଚତୁର୍ଥ

ଦିନ ମଧ୍ୟ ହଟ୍ଟଗୋଳ କରିଛନ୍ତି। ସେବାନିବୃତ୍ତ ହେଉଥିବା ରାଜ୍ୟସଭାର ଛଅଜଣ ସଦସ୍ୟଙ୍କୁ ବିଦାୟ

ଦେବା ପରେ, ଗୃହରେ ବିରୋଧୀ ସଦସ୍ୟମାନେ ହଙ୍ଗାମା ଆରମ୍ଭ କରିଥିଲେ, ଫଳରେ ଗୃହ କାର୍ଯ୍ୟ ଦ୍ୱିପ୍ରହର 2ଟା ଯାଏଁ ବାତିଲ୍‌ କରାଯାଇଥିଲା। ଗୁରୁବାର କାର୍ଯ୍ୟ ଆରମ୍ଭ ହେବା

ସହିତ ଉଜ୍ଜ୍ୱଳ ନିକମ ରାଜ୍ୟସଭା ସଦସ୍ୟତ୍ୱ ଗ୍ରହଣ କରିଥିଲେ । ସେ ମରାଠୀ ଭାଷାରେ ଶପଥ ଗ୍ରହଣ

କରିଥିଲେ ।

ରାଜ୍ୟସଭାର ଉପସଭାପତି ହରିବଂଶ ଗୁରୁବାର ସେବାନିବୃତ୍ତ ହେଉଥିବା ସଦସ୍ୟମାନଙ୍କୁ ବିଦାୟ ଦେଇଥିଲେ

। ଏମ୍‌ ମହମ୍ମଦ ଅବ୍ଦୁଲ୍ଲା (ଡିଏମ୍‌କେ), ଏନ୍‌ ଚନ୍ଦ୍ରଶେଖରନ୍‌ (ଏଆଇଏଡିଏମ୍‌କେ), ଅମ୍ବୁମଣି ରାମଦାସ୍‌

(ପିଏମ୍‌କେ), ଏମ୍‌ ଶନ୍ମୁଗମ୍‌ (ଡିଏମ୍‌କେ), ୱାଇକୋ (ଏମ୍‌ଡିଏମ୍‌କେ) ଓ ପି ୱିଲ୍ସନ୍‌ (ଡିଏମ୍‌କେ)ଙ୍କ କାର୍ଯ୍ୟକାଳ

ଗୁରୁବାର ସମାପ୍ତ ହୋଇଛି । ପି ୱିଲ୍ସନ୍‌ ଆସନ୍ତାକାଲି ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ପୁଣିଥରେ ଶପଥ

ନେବେ। ଏହି ଅବସରରେ ବିଭିନ୍ନ ଦଳର ସାଂସଦମାନେ ଦେଶରେ ଗଣତାନ୍ତ୍ରିକ ପରମ୍ପରାକୁ ଶକ୍ତିଶାଳୀ

କରିବାରେ ସେମାନଙ୍କ ଅବଦାନକୁ ସ୍ୱୀକାର କରି ସମ୍ମାନ ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande