ୱାଶିଂଟନ, 24 ଜୁଲାଇ (ହି.ସ.)-ଆମେରିକା ଓ ଜାପାନ ମଧ୍ୟରେ
ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ବ୍ୟାପାରିକ ଚୁକ୍ତି ହୋଇଛି, ଯାହାର ମୂଲ୍ୟ ପ୍ରାୟ 550 ଅରବ ଡଲାର ଅଟେ। ଆମେରିକା
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଚୁକ୍ତିର ଘୋଷଣା କରି କହିଛନ୍ତି ଯେ,
ଜାପାନ
ପ୍ରଥମଥର ପାଇଁ ଆମେରିକା ପାଇଁ ତାଙ୍କର ବଜାର ସମ୍ପୂର୍ଣ୍ଣ ଭାବେ ଖୋଲିବାକୁ ସମ୍ମତି ଦେଇଛି,
ଏବଂ
ଏହି ପଦକ୍ଷେପ ଦ୍ୱାରା ଆମେରିକୀୟ ବ୍ୟାପାରକୁ ବହୁତ ବୃଦ୍ଧି ମିଳିବ।
ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’ରେ ଲେଖିଛନ୍ତି,
ମୁଁ ସେତେବେଳେ
ଟ୍ୟାରିଫ୍ (ଶୁଳ୍କ) ହଟାଇବି, ଯେତେବେଳେ କୌଣସି ଦେଶ ଆମେରିକା ପାଇଁ
ତାଙ୍କ ବଜାର ଖୋଲିବାକୁ ପ୍ରସ୍ତୁତ ହେବ। ଯଦି ଏହା ହେବ ନାହିଁ,
ତେବେ
ଆଉ ଅଧିକ ଟ୍ୟାରିଫ୍ ଲଗାଯିବ। ସେ ଜାପାନର ଉଦାହରଣ ଦେଇ କହିଛନ୍ତି ଯେ,
ବର୍ତ୍ତମାନ
ସେ ଟ୍ୟାରିଫ୍କୁ ଏକ କୌଶଳମୂଳକ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି,
ଯାହାଦ୍ୱାରା
ଅନ୍ୟ ଦେଶମାନେ ଆମେରିକା ସହିତ ଖୋଲା ବ୍ୟାପାର କରିବେ।
ରାଷ୍ଟ୍ରପତି ଟ୍ରମ୍ପଙ୍କ ଅନୁସାରେ, ଏହି ଚୁକ୍ତି ଦ୍ୱାରା ଲକ୍ଷ-ଲକ୍ଷ ନୂଆ
ଚାକିରି ସୃଷ୍ଟି ହେବ ଏବଂ ଏହାର 90 ପ୍ରତିଶତ ଲାଭ ଅମେରିକାକୁ ମିଳିବ। ସେ
ଏହା ମଧ୍ୟ କହିଛନ୍ତି ଯେ, ଜାପାନ 15
ପ୍ରତିଶତ
ପ୍ରତିତୁଳ୍ୟ ଶୁଳ୍କଲାଗୁ କରିବାକୁ ସମ୍ମତି ଦେଇଛି,
ଯାହା
ଦ୍ୱାରା ଉଭୟ ଦେଶର ମଧ୍ୟରେ ବ୍ୟାପାର ସନ୍ତୁଳିତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା