ଲୋକସଭାରେ ଅଚଳାବସ୍ଥା ଶେଷ କରିବା ଉପରେ ସହମତି
ନୂଆଦିଲ୍ଲୀ, 25 ଜୁଲାଇ (ହି.ସ.)- ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ଶୁକ୍ରବାର ଦିନ ଗୃହରେ ପାଞ୍ଚ ଦିନ ଧରି ଚାଲିଥିବା ଅଚଳାବସ୍ଥାକୁ ଶେଷ କରିବା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ ଅଚଳାବସ୍ଥା ଶେଷ କରି ସୋମବାରରୁ ଗୃହର କାର୍ଯ୍ୟ ସାଧାରଣ ଭାବେ ଚାଲିବା ଉପରେ ସମ୍ମତି
ଲୋକସଭାରେ ଅଚଳାବସ୍ଥା ଶେଷ କରିବା ଉପରେ ସହମତି


ନୂଆଦିଲ୍ଲୀ, 25 ଜୁଲାଇ (ହି.ସ.)- ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ଶୁକ୍ରବାର ଦିନ ଗୃହରେ ପାଞ୍ଚ ଦିନ ଧରି

ଚାଲିଥିବା ଅଚଳାବସ୍ଥାକୁ ଶେଷ କରିବା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ ଅଚଳାବସ୍ଥା

ଶେଷ କରି ସୋମବାରରୁ ଗୃହର କାର୍ଯ୍ୟ ସାଧାରଣ ଭାବେ ଚାଲିବା ଉପରେ ସମ୍ମତି ହୋଇଛି।

ସୂତ୍ର ପକ୍ଷରୁ ଜଣାପଡିଛି ଯେ, ସର୍ବଦଳୀୟ ବୈଠକରେ ବିରୋଧୀ ନେତାମାନେ ଅଧ୍ୟକ୍ଷଙ୍କୁ ଗୃହ

ସାଧାରଣ ଭାବେ ଚାଲିବାରେ ସହଯୋଗ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି। ଏହା ମଧ୍ୟରେ ଆସନ୍ତା

ସପ୍ତାହରେ ଅପରେସନ୍ ସିନ୍ଦୂର ବିଷୟରେ ଆଲୋଚନା ନିଶ୍ଚିତ ହୋଇଛି। ରାଜ୍ୟସଭାରେ ଏହି ଆଲୋଚନା

ପାଇଁ 16 ଘଣ୍ଟା ସମୟ ନିର୍ଦ୍ଧାରିତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande