ମଣିପୁରରେ 6ମାସ ବଢିବ ରାଷ୍ଟ୍ରପତି ଶାସନ, ରାଜ୍ୟସଭାରେ ଅଣାଯିବ ପ୍ରସ୍ତାବ
ନୂଆଦିଲ୍ଲୀ, 25 ଜୁଲାଇ (ହି.ସ.)-କେନ୍ଦ୍ର ସରକାର ମଣିପୁରରେ ଛଅ ମାସ ପାଇଁ ରାଷ୍ଟ୍ରପତି ଶାସନ ବଢ଼ାଇବାକୁ ଯାଉଛନ୍ତି । ଏହି ସଂପର୍କରେ ରାଜ୍ୟସଭାରେ ସିଦ୍ଧାନ୍ତିକ ଭାବେ ରାଷ୍ଟ୍ରପତି ଶାସନକୁ ଆଉ ଛଅ ମାସ ପାଇଁ ବଢ଼ାଇବା ପ୍ରସଙ୍ଗରେ ଅନୁମୋଦନ ମିଳିଛି। ବର୍ତ୍ତମାନ ଏହି ପ
ମଣିପୁରରେ 6ମାସ ବଢିବ ରାଷ୍ଟ୍ରପତି ଶାସନ, ରାଜ୍ୟସଭାରେ ଅଣାଯିବ ପ୍ରସ୍ତାବ


ନୂଆଦିଲ୍ଲୀ, 25 ଜୁଲାଇ (ହି.ସ.)-କେନ୍ଦ୍ର ସରକାର

ମଣିପୁରରେ ଛଅ ମାସ ପାଇଁ ରାଷ୍ଟ୍ରପତି ଶାସନ ବଢ଼ାଇବାକୁ ଯାଉଛନ୍ତି । ଏହି ସଂପର୍କରେ

ରାଜ୍ୟସଭାରେ ସିଦ୍ଧାନ୍ତିକ ଭାବେ ରାଷ୍ଟ୍ରପତି ଶାସନକୁ ଆଉ ଛଅ ମାସ ପାଇଁ ବଢ଼ାଇବା ପ୍ରସଙ୍ଗରେ

ଅନୁମୋଦନ ମିଳିଛି। ବର୍ତ୍ତମାନ ଏହି ପ୍ରସ୍ତାବକୁ ରାଜ୍ୟସଭାରେ ଆଲୋଚନା ପାଇଁ ଆଣାଯିବ। ଏହା

ପାଇଁ ଏପର୍ଯ୍ୟନ୍ତ କୌଣସି ତାରିଖ ନିର୍ଦ୍ଧାରିତ ହୋଇନାହିଁ, କିନ୍ତୁ ଶୀଘ୍ର ଏହାକୁ ଗୃହରେ ରଖାଯିବାର

ଆଶା ରହିଛି।

ରାଜ୍ୟସଭା ବୁଲେଟିନ୍ ଅନୁଯାୟୀ, ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଏହି ସମ୍ବନ୍ଧରେ ସଂକଳ୍ପର

ସୂଚନା ଦେଇଛନ୍ତି, ଯାହାକୁ ସ୍ୱୀକାର କରାଯାଇଛି।

ସଂକଳ୍ପରେ କୁହାଯାଇଛି ଯେ, ଏହି ଗୃହ ରାଷ୍ଟ୍ରପତିଙ୍କ ଦ୍ୱାରା ସଂବିଧାନର ଅନୁଛେଦ 356 ଅନୁଯାୟୀ ମଣିପୁର ସମ୍ବନ୍ଧରେ 13 ଫେବୃଆରୀ 2025 ରେ ଜାରି କରାଯାଇଥିବା ଘୋଷଣାକୁ 13 ଅଗଷ୍ଟ 2025

ରୁ ଆଉ ଛଅ ମାସ

ପର୍ଯ୍ୟନ୍ତ ଲାଗୁ ରଖିବାର ଅନୁମୋଦନ କରୁଛି ।

ଏଠାରେ ସୂଚନାଯୋଗ୍ୟ, ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଇସ୍ତଫା ପରେ କେନ୍ଦ୍ର

ସରକାର 2025 ଫେବୃୟାରୀ 13ରେ ମଣିପୁରରେ

ସଂବିଧାନର ଅନୁଚ୍ଛେଦ 356 ଅନ୍ତର୍ଗତ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande