କୋଲକାତା, 25 ଜୁଲାଇ (ହି.ସ.)-ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସୱାଲେ ଅଗଷ୍ଟ ମାସର ପ୍ରଥମ
ସପ୍ତାହରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିବେ। ଏହି ସମୟରେ ସେ କିଛି ଗୁରୁତ୍ୱପୂର୍ଣ୍ଣ
ବୈଠକରେ ଉପସ୍ଥିତ ରହିବେ। ସଂଘର ଜଣେ ପଦାଧିକାରୀଙ୍କ ଅନୁଯାୟୀ, ସରକାର୍ଯ୍ୟବାହ ହୋସୱାଲେଙ୍କ ଏହି ଗସ୍ତ ସଂପୂର୍ଣ୍ଣ ଭାବେ
ସଂଗଠାନତ୍ମକ ହେବ। ତାଙ୍କ କାର୍ଯ୍ୟକ୍ରମରେ କୌଣସି ସାଧାରଣ ସଭା କିମ୍ବା ଖୋଲା ମଞ୍ଚର କୌଣସି
ଯୋଜନା ନାହିଁ। ଏହି ସମୟରେ ହୋସୱାଲେ କୋଲକାତାରେ ସଂଘର ବିଭିନ୍ନ ପଦାଧିକାରୀଙ୍କ ସହ ବନ୍ଦ ଘରେ
କିଛି ବୈଠକ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା