ପଶ୍ଚିମବଙ୍ଗର ତିନି ଜିଲ୍ଲାରେ ବଜ୍ରପାତ ଯୋଗୁ 24 ଘଂଟାରେ 13ଜଣଙ୍କ ମୃତ୍ୟୁ
କୋଲକାତା, 25 ଜୁଲାଇ (ହି.ସ.)-ପଶ୍ଚିମ ବଙ୍ଗର ତିନିଟି ଜିଲ୍ଲାରେ ଗତ 24 ଘଣ୍ଟାରେ ବଜ୍ରପାତ ଯୋଗୁ 13 ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ 7 ଜଣ ବାଙ୍କୁଡ଼ା ଜିଲ୍ଲାରୁ ଥିବାବେଳେ, ପୂର୍ବ ବର୍ଦ୍ଧମାନରୁ 5 ଜଣ ଏବଂ ପଶ୍ଚିମ ମେଦିନୀପୁରରୁ ଗୋଟିଏ ବ୍ୟକ
ପଶ୍ଚିମବଙ୍ଗର ତିନି     ଜିଲ୍ଲାରେ ବଜ୍ରପାତ ଯୋଗୁ 24 ଘଂଟାରେ 13ଜଣଙ୍କ ମୃତ୍ୟୁ


କୋଲକାତା, 25 ଜୁଲାଇ (ହି.ସ.)-ପଶ୍ଚିମ ବଙ୍ଗର ତିନିଟି

ଜିଲ୍ଲାରେ ଗତ 24 ଘଣ୍ଟାରେ ବଜ୍ରପାତ ଯୋଗୁ 13 ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ

ମଧ୍ୟରୁ ସବୁଠାରୁ ଅଧିକ 7 ଜଣ ବାଙ୍କୁଡ଼ା ଜିଲ୍ଲାରୁ ଥିବାବେଳେ, ପୂର୍ବ ବର୍ଦ୍ଧମାନରୁ 5 ଜଣ ଏବଂ ପଶ୍ଚିମ ମେଦିନୀପୁରରୁ ଗୋଟିଏ ବ୍ୟକ୍ତି ମୃତ୍ୟୁ ବରଣ

କରିଛନ୍ତି।

ରାଜ୍ୟ ବିପର୍ଯ୍ୟୟ ବ୍ୟବସ୍ଥାପନ

ବିଭାଗର ଜଣେ ଅଧିକାରୀ ଶୁକ୍ରବାର ସକାଳେ ସୂଚନା ଦେଇଛନ୍ତି ଯେ ବାଙ୍କୁଡ଼ା ଜିଲ୍ଲାର ଖିରି ଗାଁ

(କୋତୁଲପୁର ଥାନା ଅଞ୍ଚଳ) ରେ କ୍ଷେତରେ କାମ କରୁଥିବା ଜିଆଉଲ୍ ହକ୍‌ ମୋଲ୍ଲା ଉପରେ ଗୁରୁବାର

ଦିନ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ

ନେଇଯାଇଥିଲେ, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande