ମାଳଦ୍ୱୀପରେ ପହଂଚିଲେ ପିଏମ ମୋଦି, ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କଲେ ରାଷ୍ଟ୍ରପତି ମୋଇଜୁ
ମାଲେ, 25 ଜୁଲାଇ (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ ଗସ୍ତ ସମ୍ପୂର୍ଣ୍ଣ କରି ଶୁକ୍ରବାର ଦିନ ଦୁଇ ଦିନିଆ ମାଲଦ୍ୱୀପ ଯାତ୍ରାରେ ମାଲେରେ ଆସିପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମାଲଦ୍ୱୀପ ପହଞ୍ଚିବା ପରେ ରାଷ୍ଟ୍ରପତି ମୋହମ୍ମଦ ମୋଇଜ୍ଜୁଙ୍କ ସହିତ ତ
ମାଳଦ୍ୱୀପରେ ପହଂଚିଲେ ପିଏମ     ମୋଦି, ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କଲେ ରାଷ୍ଟ୍ରପତି ମୋଇଜୁ


ମାଲେ, 25 ଜୁଲାଇ (ହି.ସ.)

- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ବ୍ରିଟେନ ଗସ୍ତ ସମ୍ପୂର୍ଣ୍ଣ କରି ଶୁକ୍ରବାର ଦିନ ଦୁଇ ଦିନିଆ ମାଲଦ୍ୱୀପ

ଯାତ୍ରାରେ ମାଲେରେ ଆସିପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମାଲଦ୍ୱୀପ ପହଞ୍ଚିବା ପରେ

ରାଷ୍ଟ୍ରପତି ମୋହମ୍ମଦ ମୋଇଜ୍ଜୁଙ୍କ ସହିତ ତାଙ୍କର କ୍ୟାବିନେଟ ଭବ୍ୟ ସ୍ୱାଗତ କରିଛନ୍ତି।

ସନ୍ ଅନଲାଇନ୍ ଅନୁସାରେ ଆଜି

ସକାଳେ ମାଲେ ବିମାନବନ୍ଦରରେ ରାଷ୍ଟ୍ରପତି ମୋହମ୍ମଦ ମୋଇଜ୍ଜୁ, ବିଦେଶ ମନ୍ତ୍ରୀ ଅବ୍ଦୁଲ୍ଲା ଖଲିଲ୍ ସହ ଅନ୍ୟାନ୍ୟ କ୍ୟାବିନେଟ ସହଯୋଗୀମାନେ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ମୋଇଜ୍ଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ

ଆଲିଙ୍ଗନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ମୋଇଜ୍ଜୁଙ୍କ ନିମନ୍ତ୍ରଣ କ୍ରମେ ମାଲଦ୍ୱୀପରେ

ପହଞ୍ଚିଛନ୍ତି।

ମାଳଦ୍ୱୀପର ସ୍ୱାଧୀନତା

ଦିବସର 60ତମ ବର୍ଷପୂର୍ତ୍ତିରେ ମୁଖ୍ୟ ଅତିଥି ଭାବେ ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande