ମାଲେ, 25 ଜୁଲାଇ (ହି.ସ.)
-ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦି ବ୍ରିଟେନର ଗୁରୁତ୍ୱପୂର୍ଣ୍ଣ ଯାତ୍ରା ସମ୍ପୂର୍ଣ୍ଣ କରିବା ପରେ ଦୁଇ ଦିନିଆ ଗସ୍ତରେ ମାଳଦୀପ୍
ପାଇଁ ପ୍ରସ୍ଥାନ ହୋଇଛନ୍ତି। ସେ ମାଲଦ୍ୱୀପର ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ
ଯୋଗ ଦେବେ। ମାଲଦୀପ ୨୬ ଜୁଲାଇରେ ତାଙ୍କର ସ୍ୱାଧୀନତାର ୬୦ତମ ବାର୍ଷିକୀ ପାଳନ କରୁଛି।
ପ୍ରଧାନମନ୍ତ୍ରୀ ମୋଦି ଆଜି ବିଦେଶ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ମାଲଦୀପ ପହଞ୍ଚିବେ। ଏହା
ପୂର୍ବରୁ ସେ ବ୍ରିଟେନର ଦୁଇ ଦିନିଆ ଗସ୍ତରେ ଥିଲେ, ସେଠାରେ ତାଙ୍କ ଉପସ୍ଥିତିରେ ଭାରତ ଓ ବ୍ରିଟେନ ମଧ୍ୟରେ ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟିକ
ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି।
ମାଲଦ୍ୱୀପର ରାଷ୍ଟ୍ରପତି
ମୋହମ୍ମଦ ମୋଇଜ୍ଜୁଙ୍କର ନିମନ୍ତ୍ରଣରେ ମାଲଦୀପ ପହଞ୍ଚୁଥିବା ପ୍ରଧାନମନ୍ତ୍ରୀ ମୋଦି ୬୦ତମ
ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ଏହା ତାଙ୍କର ତୃତୀୟ ମାଲଦୀପ ଗସ୍ତ
ହେବ। ଏହାର ପୂର୍ବରୁ ମୋଦି 2018 ଓ 2019 ମସିହାରେ ମାଲଦୀପ ଯାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା