ମୁମ୍ବାଇ ବିମାନବନ୍ଦରକୁ ବୋମାରେ ଉଡାଇବାକୁ ଧମକ, ତଦନ୍ତରୁ ଧମକ ମିଥ୍ୟା ବୋଲି ଜଣାପଡ଼ିଲା; ପୋଲିସ ସତର୍କ
ମୁମ୍ବାଇ, ୨୬ ଜୁଲାଇ (ହି.ସ.)- ଶୁକ୍ରବାର ରାତିରେ ମୁମ୍ବାଇ ବିମାନବନ୍ଦରକୁ ବୋମାରେ ଉଡାଇବାକୁ ମିଥ୍ୟା ଧମକ ମିଳିବା ପରେ ବିମାନବନ୍ଦର ପରିସରରେ ଆତଙ୍କ ସୃଷ୍ଟି ହୋଇଥିଲା । ମୁମ୍ବାଇ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍ ରାତିସାରା ବିମାନବନ୍ଦରର ପ୍ରତ୍ୟେକ କୋଣ ଅନୁକୋଣ ଖୋଜାଖୋଜି କରିଥିଲେ କିନ୍ତୁ
ମୁମ୍ବାଇ ବିମାନବନ୍ଦରକୁ ବୋମାରେ ଉଡାଇବାକୁ ଧମକ, ତଦନ୍ତରୁ ଧମକ ମିଥ୍ୟା ବୋଲି ଜଣାପଡ଼ିଲା; ପୋଲିସ ସତର୍କ


ମୁମ୍ବାଇ, ୨୬ ଜୁଲାଇ (ହି.ସ.)- ଶୁକ୍ରବାର ରାତିରେ ମୁମ୍ବାଇ ବିମାନବନ୍ଦରକୁ ବୋମାରେ ଉଡାଇବାକୁ ମିଥ୍ୟା ଧମକ ମିଳିବା ପରେ ବିମାନବନ୍ଦର ପରିସରରେ ଆତଙ୍କ ସୃଷ୍ଟି ହୋଇଥିଲା । ମୁମ୍ବାଇ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍ ରାତିସାରା ବିମାନବନ୍ଦରର ପ୍ରତ୍ୟେକ କୋଣ ଅନୁକୋଣ ଖୋଜାଖୋଜି କରିଥିଲେ କିନ୍ତୁ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିଲା । ମୁମ୍ବାଇ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମୁମ୍ବାଇ ପୋଲିସ ସୂତ୍ରରୁ ଶନିବାର ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇ ପୋଲିସ କଂଟ୍ରୋଲ ରୁମ୍ କୁ ଗୋଟିଏ ପରେ ଗୋଟିଏ ତିନୋଟି ଧମକପୂର୍ଣ୍ଣ କଲ୍ ଆସିଥିଲା । ତିନୋଟି କଲ୍ ଭିନ୍ନ ଭିନ୍ନ ନମ୍ବରରୁ କରାଯାଇଥିଲା, ଯେଉଁଥିରେ କଲର ଦାବି କରିଥିଲେ ଯେ, ମୁମ୍ବାଇ ବିମାନବନ୍ଦରର ଟର୍ମିନାଲ-୨ ରେ ବୋମା ରଖାଯାଇଛି ଏବଂ କିଛି ସମୟ ମଧ୍ୟରେ ଏକ ବଡ଼ ବିସ୍ଫୋରଣ ଘଟିବାକୁ ଯାଉଛି ।

ଏହି ସୂଚନା ପାଇ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ୱାଡ୍ ଏବଂ ବିମାନବନ୍ଦର ସୁରକ୍ଷା କର୍ମୀମାନେ ସମଗ୍ର ଟର୍ମିନାଲକୁ ଘେରାବନ୍ଦୀ କରି ନେଇଥିଲେ ଏବଂ କିଛି ଘଂଟା ଧରି ଏକ ଜୋରଦାର୍ ତଲାସୀ ଅଭିଯାନ କରାଯାଇଥିଲା । ବିମାନବନ୍ଦରର ପ୍ରତ୍ୟେକ କୋଣ ଅନୁକୋଣ ଯାଂଚ୍ କରାଯାଇଥିଲା, ଯାତ୍ରୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା, କିନ୍ତୁ କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା କାର୍ଯ୍ୟକଳାପ କୌଣସି ସ୍ଥାନରେ ମିଳିନଥିଲା । ସର୍ଚ୍ଚ ଅପରେସନ ଶେଷ ହେବା ପରେ, ପୋଲିସ ଶନିବାର ସକାଳେ ସ୍ପଷ୍ଟ କରିଥିଲା ଯେ, ଏହି ଧମକ ମିଥ୍ୟା ଥିଲା, କିନ୍ତୁ ଏହାକୁ ହାଲୁକା ଭାବରେ ନିଆଯାଇ ନଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande