ଭଦ୍ରକ ସିପିଆଇଏମ୍ ପକ୍ଷରୁ କ୍ୟୁବା ସହାୟତା ପାଣ୍ଠି ସଂଗ୍ରହ
ଭଦ୍ରକ, ୨୬ ଜୁଲାଇ (ହି.ସ.) - ଆମେରିକାର ଆର୍ଥିକ ଅବରୋଧରେ କ୍ୟୁବାବାସୀଙ୍କ ସଂଗ୍ରାମ ପ୍ରତି ସଂହତି ଜଣାଇ ଆଜି ସି ପି ଆଇ ଏମ୍ ଭଦ୍ରକ ଆଂଚଳିକ କମିଟି ତରଫରୁ ସହରର ବିଭିନ୍ନ ସ୍ଥାନରେ ସହାୟତା ପାଣ୍ଠି ଆଦାୟ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଆମେରିକା କ୍ୟୁବା ମଧ୍ୟରେ ଚାଲିଥିବା ଆର୍ଥିକ ଅବରୋଧ ଜନିତ ସଂକ
CPIM QUBA SAHAYATA PANTHI SANGRAHA


ଭଦ୍ରକ, ୨୬ ଜୁଲାଇ (ହି.ସ.) - ଆମେରିକାର ଆର୍ଥିକ ଅବରୋଧରେ କ୍ୟୁବାବାସୀଙ୍କ ସଂଗ୍ରାମ ପ୍ରତି ସଂହତି ଜଣାଇ ଆଜି ସି ପି ଆଇ ଏମ୍ ଭଦ୍ରକ ଆଂଚଳିକ କମିଟି ତରଫରୁ ସହରର ବିଭିନ୍ନ ସ୍ଥାନରେ ସହାୟତା ପାଣ୍ଠି ଆଦାୟ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଆମେରିକା କ୍ୟୁବା ମଧ୍ୟରେ ଚାଲିଥିବା ଆର୍ଥିକ ଅବରୋଧ ଜନିତ ସଂକଟ ଯୋଗୁଁ ସେଠାକାର ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଜୀବନ ଜୀବିକା ସହ ଲଢେଇ କରୁଛନ୍ତି। ତେଣୁ ସେମାନଙ୍କ ପ୍ରତି ଅନୁକମ୍ପା ଜଣାଇ ଭଦ୍ରକର ଶ୍ରମିକ ନେତା ଦିବ୍ୟ ସିଂହ ନାୟକ, ରାଧା ଦାସଙ୍କ ନେତୃତ୍ୱରେ ସେକ କମର, ମଂଟୁ ମୁଣ୍ଡା, କାଳନ୍ଦୀ ପାତ୍ର, ସେକ ସିକୃ, ସେକ ମମତାଜ ଓ ବସିର୍ ଖାଁ ପ୍ରମୁଖ ଏହି ପାଣ୍ଠି ସଂଗ୍ରହ କରି ସିପି ଆଇ ଏମ୍ ରାଜ୍ୟ ଅଫିସ କୁ ପଠାଇଛନ୍ତି। ଯାହା ଦିଲ୍ଲୀ କେନ୍ଦ୍ର ଅଫିସ ଦ୍ୱାରା କ୍ୟୁବା ପଠାଯିବ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande