ଦ୍ରାସ୍, ୨୬ ଜୁଲାଇ (ହି.ସ.)- ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶନିବାର ୨୬ତମ କାର୍ଗିଲ ବିଜୟ ଦିବସ ପାଳନ ପାଇଁ ତିନୋଟି ସେବା ଆରମ୍ଭ କରିଛନ୍ତି, ଯେଉଁଥିରେ ଏକ ପୋର୍ଟାଲ୍ ଅନ୍ତର୍ଭୁକ୍ତ ଯେଉଁଠାରେ ଲୋକମାନେ ସାହସୀ ସହିଦମାନଙ୍କୁ ଇ-ଶ୍ରଦ୍ଧାଞ୍ଜଳି ଦେଇପାରିବେ । ଏହା ସହିତ, ଏକ କ୍ୟୁଆର କୋଡ୍-ଆଧାରିତ ଅଡିଓ ଗେଟୱେ ପ୍ରସ୍ତୁତ କରାଯାଇଛି, ଯାହା ଉପରେ ଲୋକମାନେ ୧୯୯୯ କାର୍ଗିଲ ଯୁଦ୍ଧ ସହିତ ଜଡ଼ିତ ପ୍ରେରଣାଦାୟକ କାହାଣୀ ଶୁଣିପାରିବେ । ଏଥିରେ ସିନ୍ଧୁ ଭ୍ୟୁ ପଏଂଟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଯାହା ଲୋକମାନଙ୍କୁ ବାଟାଲିକ୍ ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି) ପର୍ଯ୍ୟନ୍ତ ଯିବାର ସୁଯୋଗ ପ୍ରଦାନ କରେ ।
ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଏ । ୧୯୯୯ ମସିହାର ଏହି ଦିନରେ, ଭାରତୀୟ ସେନା ଅପରେସନ ବିଜୟର ସଫଳ ସମାପ୍ତି ଘୋଷଣା କରିଥିଲା । ଯେଉଁଥିରେ କାର୍ଗିଲର ବରଫାବୃତ ଶିଖରଗୁଡ଼ିକରେ ପ୍ରାୟ ତିନି ମାସର ଯୁଦ୍ଧ ପରେ ବିଜୟର ଘୋଷଣା କରାଯାଇଥିଲା । ଏଥିରେ ଟୋଲୋଲିଂ ଏବଂ ଟାଇଗର ହିଲ୍ ଭଳି ଅତ୍ୟଧିକ ଉଚ୍ଚ ସ୍ଥାନ ମଧ୍ୟ ସାମିଲ୍ ଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ