ବଲାଙ୍ଗୀର, ୨୬ ଜୁଲାଇ(ହି.ସ.) – ବଜ୍ରାଘାତରେ ଯୁବକ ମୃତ। ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଖର୍ସେଲବାଞ୍ଜି ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ମୃତ ଯୁବକ ଜଣକ ଖର୍ସେଲବାଞ୍ଜିର ଶେଷଦେବ ମିର୍ଦ୍ଧା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଶେଷଦେବ ତାଙ୍କ ଶଶୁର ଘରକୁ ବୁଲିବାକୁ ଯାଇଥିଲେ। ଗତକାଲି ସନ୍ଧ୍ୟା ସମୟରେ ଶଶୁର ଘର ନିକଟ ପୋଖରୀକୁ ଶୌଚ ହେବାକୁ ଯାଉଛି କହି ରାତିରେ ଆଉ ଘରକୁ ଫେରି ନଥିଲେ। ଏନେଇ ଶଶୁର ଘର ଲୋକେ ବହୁ ଖୋଜାଖୋଜି କରି ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ । ହେଲେ ଶେଷଦେବ ମିଳି ନଥିଲେ। ଆଜି ସ୍ଥାନୀୟ ଲୋକେ ଶେଷଦେବଙ୍କ ମୃତଦେହ ଏକ ବିଲରେ ପଡିଥିବା ଦେଖିବାକୁ ପାଇଥିବା ବେଳେ ଶେଷଦେବଙ୍କ ଶଶୁର ଘର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକେ ଆସି ମୃତଦେହକୁ ଉଦ୍ଧାର କରି ବଲାଙ୍ଗିର ମୁଖ୍ୟ ଡ଼ାକ୍ତରଖାନା ଶବ ବ୍ୟବଚ୍ଛେଦ ଗୃହକୁ ଆଣିଥିଲେ। ଗତକାଲି ସନ୍ଧ୍ୟା ସମୟରେ ବହୁତ ଜୋ?ର୍ରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇଥିବା ବେଳେ ସେହି ସମୟରେ ଶେଷଦେବଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଶେଷଦେବ ଘରର ଏକମାତ୍ର ରୋଜଗାରିଆ ଥିବା ବେଳେ ଶେଷଦେବଙ୍କ ଛୋଟ ଛୋଟ ଦୁଇଟି ସନ୍ତାନ ଅଛନ୍ତି। ପରିବାର ଲୋକେ ଯବାନ ପୁଅକୁ ହରାଇ ଭାଙ୍ଗି ପଡିଥିବା ବେଳେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ