ନୂଆଦିଲ୍ଲୀ, 26 ଜୁଲାଇ (ହି.ସ.)-ପୂର୍ବତନ କେନ୍ଦ୍ର
ମନ୍ତ୍ରୀ ଏବଂ ହମୀରପୁରର ସାଂସଦ ଅନୁରାଗ ସିଂହ ଠାକୁର ଶନିବାର କହିଛନ୍ତି ଯେ କାରଗିଲ୍ ବିଜୟ
ଦିବସ ଭାରତୀୟ ସେନାର ସାହସ, ଶୌର୍ଯ୍ୟ ଓ
ସ୍ୱାଭିମାନକୁ ସାରା ବିଶ୍ୱରେ ଗର୍ବିତ କରିଥିବା ଏକ ସ୍ବର୍ଣ୍ଣିମ ତାରିଖ ଅଟେ। ଏହା ଦେଶର ଗର୍ବ
ଓ ସ୍ୱାଭିମାନର ଏକ ପର୍ବ ଅଟେ। ସେ କହିଛନ୍ତି ଯେ ଭାରତୀୟ ସେନା ଦେଶର ଗର୍ବ ଅଟେ ଓ ଯେତେବେଳେ
ଦେଶକୁ ଆବଶ୍ୟକତା ପଡ଼ିଛି, ଆମ ସେନା ଯବାନମାନେ
ନିଜ ରକ୍ତ ବୁହାଇ ଦେଶକୁ ରକ୍ଷା କରିଛନ୍ତି।
ଅନୁରାଗ ଠାକୁର କାରଗିଲ୍
ବିଜୟ ଦିବସ ଅବସରରେ ଦିଲ୍ଲୀର ଡ. ଆମ୍ବେଦକର ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଆୟୋଜିତ ଏକ ସମାରୋହରେ
ମୁଖ୍ୟ ଅତିଥି ଭାବେ ସମ୍ବୋଧନ କରିଥିଲେ। କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଅତିଥି ଭାବରେ
ଲେଫ୍ଟିନେଣ୍ଟ ଜେନେରାଲ୍ ବିନୋଦ ଖଣ୍ଡାରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଡ. ଆମ୍ବେଦକର
ଇଣ୍ଟରନ୍ୟାସନାଲ୍ ସେଣ୍ଟରର ନିର୍ଦେଶକ କର୍ଣ୍ଣେଲ ଆକାଶ ପାଟିଲଙ୍କ ନେତୃତ୍ୱରେ ଆୟୋଜିତ
ହୋଇଥିଲା। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଯୁବବର୍ଗ, ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ମାନ୍ୟଗଣ ବ୍ୟକ୍ତିଙ୍କ ସହିତ ଭାରତମାତାର ବୀର ସନ୍ତାନଙ୍କୁ ନମନ
କରି କହିଛନ୍ତି ଯେ ଭାରତୀୟ ସେନା ବିଶ୍ୱ ସାମ୍ନାରେ ନିକର ଶୌର୍ଯ୍ୟ ଓ ପରାକ୍ରମର ଅନେକ କୀର୍ତ୍ତିମାନ
ସ୍ଥାପନ କରିଛି। 1999 ମସିହାରେ ଯେତେବେଳେ ପାକିସ୍ତାନୀ ସେନା କାରଗିଲ୍ରେ ଅନୁପ୍ରବେଶ କରି
ଦୁର୍ଗମ ଶିଖରଗୁଡ଼ିକୁ ଆକ୍ରମଣ କରୁଥିଲା, ସେତେବେଳେ ଆମ ଭାରତୀୟ ସେନା
ତାଙ୍କର ଅଦମ୍ୟ ସାହସ ପ୍ରଦର୍ଶନ କରି ଶତ୍ରୁଙ୍କୁ ପଛରେ ପକାଇ ବୀରତାର ଏକ ନୂତନ ପରିଭାଷା ଦେଇଥିଲେ।
ସେ କହିଛନ୍ତି ଯେ କାରଗିଲର
ବିଜୟ କୌଣସି ସରକାର ବା ଦଳର ବିଜୟ ନୁହେଁ, ବରଂ ଏହା ଦେଶ ଓ ଦେଶର ଐତିହ୍ୟର ବିଜୟ ଅଟେ। ଏହା ଦେଶର ଗର୍ବ ଓ ସ୍ୱାଭିମାନର ଏକ ଉତ୍ସବ
ଅଟେ। ଆମେ ଚାହୁଁଛୁ ଯେ ଆଜିର ପିଢ଼ି ଭାରତୀୟ ସେନାର ଶୌର୍ଯ୍ୟ ଗାଥାରୁ ବଞ୍ଚିତ ନ ହେଉ,
ତେଣୁ ସମୟ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର
ଧ୍ୟାନ ଆକୃଷ୍ଟ କରିବା ଆବଶ୍ୟକ।
ଅନୁରାଗ ଠାକୁର କହିଛନ୍ତି ଯେ
ଦେଶର ବିଭିନ୍ନ ପ୍ରାନ୍ତର ସେନା ଯବାନଙ୍କ ସହିତ ହିମାଚଳ ପ୍ରଦେଶର ଯବାନମାନେ ମଧ୍ୟ କାରଗିଲ୍
ଯୁଦ୍ଧରେ ସାହସ ଓ ନିଷ୍ଠା ସହିତ ଅଂଶଗ୍ରହଣ କରିଥିଲେ ଏବଂ ଭାରତ ମାତାର ସୁରକ୍ଷା ପାଇଁ ନିଜ
ପ୍ରାଣ ଆହୁତି ଦେଇଥିଲେ। ଏହି ଯୁଦ୍ଧରେ ହିମାଚଳର ଅମର ସନ୍ତାନ, ପରମବୀର ଚକ୍ର ବିଜେତା ଶ୍ରଦ୍ଧେୟ କ୍ୟାପ୍ଟେନ୍ ବିକ୍ରମ ବତ୍ରା ଓ ସଂଜୟ କୁମାର ଅଦ୍ଭୁତ
ପରାକ୍ରମ ଦ୍ୱାରା ଦେଶ-ଦୁନିଆ ମଧ୍ୟରେ ହିମାଚଳ ପ୍ରଦେଶର ସମ୍ମାନ ବଢାଇଥିଲେ । ଦେଶ କ୍ୟାପ୍ଟେନ୍
ସୌରଭ କାଲିଆ ଓ ହିମାଚଳର ୫୨ ଜଣ ଶହୀଦ ଯବାନଙ୍କ ବଳିଦାନକୁ କେବେ ଭୁଲିପାରିବ ନାହିଁ। ସେ କହିଛନ୍ତି
ଯେ କ୍ୟାପ୍ଟେନ୍ ବିକ୍ରମ ବତ୍ରା, କ୍ୟାପ୍ଟେନ୍ ସୌରଭ କାଲିଆ ଓ
କାରଗିଲ୍ ଯୁଦ୍ଧର ସମସ୍ତ ବୀର ନାୟକ ଦେଶର କୋଟି କୋଟି ଯୁବପିଢିଙ୍କୁ ସର୍ବଦା ଭାରତ ମାତାର
ସୁରକ୍ଷା ପାଇଁ ପ୍ରେରଣା ଦେଉଥିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା