ବିହାରର ସେବାନିବୃତ୍ତ ସାମ୍ବାଦିକଙ୍କୁ ଏବେ ମିଳିବ 15ହଜାର ଟଙ୍କା ପେନସନ, ନୀତୀଶ ସରକାରଙ୍କ ବଡ ନିଷ୍ପତି
ପାଟଣା, 26 ଜୁଲାଇ (ହି.ସ.)- ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ ନିଷ୍ପତି ନେଇ ବିରୋଧୀଙ୍କ ସମସ୍ତ ବାଜିକୁ ପଲଟାଇ ଦେଉଛନ୍ତି । ଶନିବାର ସେ ବିହାରର ସାମ୍ବାଦିକମାନଙ୍କ ପେନସନ ରାଶି 6ହଜାରରୁ ବୃଦ୍ଧି କରି 15ହଜାର କରିବାକୁ ଘୋଷଣା କରିଛନ୍ତି
ବିହାରର ସେବାନିବୃତ୍ତ ସାମ୍ବାଦିକଙ୍କୁ ଏବେ ମିଳିବ 15ହଜାର ଟଙ୍କା ପେନସନ,     ନୀତୀଶ ସରକାରଙ୍କ ବଡ ନିଷ୍ପତି


ପାଟଣା, 26 ଜୁଲାଇ (ହି.ସ.)- ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ

କୁମାର ବଡ ନିଷ୍ପତି ନେଇ ବିରୋଧୀଙ୍କ ସମସ୍ତ ବାଜିକୁ ପଲଟାଇ ଦେଉଛନ୍ତି । ଶନିବାର ସେ ବିହାରର ସାମ୍ବାଦିକମାନଙ୍କ

ପେନସନ ରାଶି 6ହଜାରରୁ ବୃଦ୍ଧି କରି 15ହଜାର କରିବାକୁ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର ସମାମ୍ବାଦିକଙ୍କ ପାଇଁ ବଡ

ଘୋଷଣା କରି ବିହାର ପତ୍ରକାର ସମ୍ମାନ ପେନ୍‌ସନ୍ ଯୋଜନା ଅନୁସାରେ ଦିଆଯାଉଥିବା

ପେନ୍‌ସନ୍ ରାଶିକୁ ୬,୦୦୦ ରୁ ବଢ଼ାଇ ୧୫,୦୦୦ ଟଙ୍କା

କରିଛନ୍ତି। ଏହା ଅନୁଯାୟୀ, ବିହାରର

ସେବାନିବୃତ୍ତ ସାମ୍ବାଦିକମାନେ ବର୍ତ୍ତମାନ ମାସିକ ୬,୦୦୦ ଟଙ୍କା ପେନ୍‌ସନ୍ ପ୍ରତିବର୍ତ୍ତେ ୧୫,୦୦୦ ଟଙ୍କା ସମ୍ମାନ

ପେନ୍‌ସନ୍ ପାଇବେ।

ଏହି ସଂପର୍କରେ ସେ ଏକ୍ସ ପୋଷ୍ଟରେ ଲେଖିଛନ୍ତି – ବିହାର ପତ୍ରକାର

ସମ୍ମାନ ପେନ୍‌ସନ୍ ଯୋଜନା ଅନ୍ତର୍ଗତ ବର୍ତ୍ତମାନ ସମସ୍ତ ଯୋଗ୍ୟ ସାମ୍ବାଦିକମାନେ

ପ୍ରତିମାସ ୬,୦୦୦ ଟଙ୍କା ବଦଳରେ

୧୫,୦୦୦ ଟଙ୍କା ପେନ୍‌ସନ୍

ପାଇବେ, ଏହି ନେଇ

ସମ୍ବନ୍ଧିତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବିହାର ପତ୍ରକାର ସମ୍ମାନ ପେନ୍‌ସନ୍ ଯୋଜନା ଅନୁସାରେ

ପେନ୍‌ସନ୍ ଉପଭୋଗ କରୁଥିବା ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ, ସେମାନଙ୍କ ନିର୍ଭରଶୀଳ ସ୍ୱାମୀ/ସ୍ତ୍ରୀଙ୍କୁ

ଜୀବନପର୍ଯ୍ୟନ୍ତ ପ୍ରତିମାସ ୩,୦୦୦ ଟଙ୍କା ବଦଳରେ

୧୦,୦୦୦ ଟଙ୍କା ପେନ୍‌ସନ୍

ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande