ଦିଲ୍ଲୀରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଓଏସଡି ମୁହାଁମୁହିଁ
ନୂଆଦିଲ୍ଲୀ, 26 ଜୁଲାଇ (ହି.ସ.)- କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସ୍ୱତନ୍ତ୍ର କାର୍ଯ୍ୟାଧିକାରୀ ଦିଲ୍ଲୀ ସ୍ଥିତ କର୍ଣ୍ଣାଟକ ଭବନରେ କୌଣସି କଥାକୁ ନେଇ ମୁହାଁମୁହିଁ ହୋଇଛନ୍ତି । ଏହି ଘଟଣାକୁ ନେଇ କରାଯାଇଥିବା ଅଭିଯୋଗ
ଦିଲ୍ଲୀରେ କର୍ଣ୍ଣାଟକ     ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଓଏସଡି ମୁହାଁମୁହିଁ


ନୂଆଦିଲ୍ଲୀ, 26 ଜୁଲାଇ (ହି.ସ.)- କର୍ଣ୍ଣାଟକ

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସ୍ୱତନ୍ତ୍ର

କାର୍ଯ୍ୟାଧିକାରୀ ଦିଲ୍ଲୀ ସ୍ଥିତ କର୍ଣ୍ଣାଟକ ଭବନରେ କୌଣସି କଥାକୁ ନେଇ ମୁହାଁମୁହିଁ

ହୋଇଛନ୍ତି । ଏହି ଘଟଣାକୁ ନେଇ କରାଯାଇଥିବା ଅଭିଯୋଗ ପରେ ରାଜ୍ୟର ମୁଖ୍ୟ ସଚିବ ଏହି ମାମଲାର

ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୋଗ ମୁତାବକ,

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାର ଓଏସଡି ଓ ରେଜିଡେଂଟ କମିଶନର ମୋହନ କୁମାର ଉପମୁଖ୍ୟମନ୍ତ୍ରୀ

ଶିବକୁମାରଙ୍କ ଓଏସଡି ଏଚ.ଅଂଜନେୟଙ୍କ ଉପରେ ଚିତ୍କାର କରିଥିଲେ ଏବଂ ସମସ୍ତ ସମ୍ମୁଖରେ

ଧମକାଇଥିଲେ । ଏହାପରେ ଅଂଜନେୟ ରେଜିମେଂଟ କମିଶନର ଓ ରାଜ୍ୟର ମୁଖ୍ୟ ସଚିବଙ୍କୁ ଅଭିଯୋଗ ପତ୍ର

ପଠାଇଛନ୍ତି । ରାଜ୍ୟର ମୁଖ୍ୟ ସଚିବ ଶାଳୀନ ରଜନୀଶ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ

କହିଛନ୍ତି ଯେ, ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande