ଚୁରାଚାନ୍ଦପୁର, 26 ଜୁଲାଇ (ହି.ସ.)- ପୋଲିସ ଚୁରାଚାନ୍ଦପୁର ଜିଲ୍ଲାରେ ଦୁଇଟି ଭିନ୍ନ
ଭିନ୍ନ ଅଭିଯାନରେ ମାଦକ ପଦାର୍ଥ ତସ୍କରୀର ଖୁଲାସା କରିଛି ।
ପ୍ରଥମ କାର୍ଯ୍ୟାନୁଷ୍ଠାନରେ, ପୁଲିସ ଟୋଞ୍ଜାଙ୍ଗ ଗାଁର ବାସିନ୍ଦା ୫୩ ବର୍ଷୀୟ
ହାଉସୁଆନଲାଲ ଫିଆମଫୁ କୁ ବେହିୟାଙ୍ଗ ବସ୍ ପାର୍କିଂରୁ ଗିରଫ କରିଥିଲେ। ତାର ତଲାସୀ ସମୟରେ
ପୁଲିସ ୧୬୮ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ପଚରାଉଚାର ସମୟରେ ଅଭିଯୁକ୍ତ ତାର ସହଯୋଗୀ ୩୩
ବର୍ଷୀୟ ଲମ୍ମିନଲାଲ ହାଓକିପ୍,ଯିଏ ଥୋଙ୍ଖୋଲୁଇ ଗାଁର ବାସିନ୍ଦା ବୋଲି ସୂଚନା
ଦେଇଥିଲେ, ତାକୁ ଖେଞ୍ଜାଙ୍ଗ
ଗାଁ ନିକଟରୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ଯେ ତସ୍କରୀରେ ବ୍ୟବହାର କରୁଥିବା ଏକ ହୋଣ୍ଡା
ଆକ୍ଟିଭା ସ୍କୁଟର୍ କୁ ଜବତ କରାଯାଇଛି ।
ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନରେ, ସୁରକ୍ଷା ବାହିନୀ ଜିରିବାମ୍ ଜିଲ୍ଲାର ଏଫସିପିଚେକପୋଷ୍ଟରେ ଏକ
ଟାଟା ଟ୍ରକର ତଲାସୀ ନେଇଥିଲେ । ସେଥିରୁ ୨୨୦ କିଲୋଗ୍ରାମ୍ ଗଂଜେଇ ଜବତ ହୋଇଛି । ଖୁମଜି ଗାଁ, ନୋନି ଜିଲ୍ଲାର
ବାସିନ୍ଦା ଓ ଟ୍ରକ ଚାଳକ ୪୩ ବର୍ଷୀୟ ଏସ୍.କେ. କାଫୁନଲୁଙ୍ଗ କୁ ଗିରଫ କରାଯାଇଛି।
ପୁଲିସ ଉଭୟ ମାମଲାରେ ଏନଡିପିଏସଆଇନ ଅନୁଯାୟୀ ଏଫ୍ଆଇଆର୍
ଦାଖଲ କରି ଆଗାମୀ ତଦନ୍ତ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା