ନାଗପୁର, 26 ଜୁଲାଇ (ହି.ସ.)- କେନ୍ଦ୍ରୀୟ ସଡ଼କ
ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରି ଆଜି ବିଦର୍ଭ ଆଡଭେଞ୍ଚର୍ ଆସୋସିଏସନ ଦ୍ୱାରା ଆୟୋଜିତ
ଖେଳ ଏକ କ୍ୟାରିଅର୍ ସେମିନାର୍ କୁ ସମ୍ବୋଧନ କରି ବକ୍ତବ୍ୟ ଦେଉଥିବା ବେଳେ
କହିଛନ୍ତି ଯେ ଦେଶର ଯୁବମାନେ ଖେଳକୁ କେବଳ ମନୋରଞ୍ଜନ ଭାବେ ନୁହେଁ, ବରଂ ଏକ କ୍ୟାରିଅର୍ ଭାବେ ଦେଖିବା ଉଚିତ। ସେ କହିଛନ୍ତି ଯେ, ସରକାର ଖେଳ ମାନ୍ୟତାକୁ
ବୃଦ୍ଧି କରିବା ପାଇଁ ପ୍ରୋଫେସନାଲ୍ ଭାବରେ ଖେଳ ମୈଦାନ ଓ ଭିତ୍ତିଭୂମି ବିକାଶ କରିବା
ଉଦ୍ଦେଶ୍ୟରେ କାମ କରୁଛି। ତାଙ୍କର ଲକ୍ଷ୍ୟ ହେଉଛି ଯେ ଖେଳ ସଂପର୍କୀ ଭିତ୍ତିଭୂମି – ଯେପରିକି ଷ୍ଟାଡିୟମ୍, ସ୍ପୋର୍ଟସ୍ କ୍ଲବ୍ ଓ ପ୍ରଶିକ୍ଷଣ କେନ୍ଦ୍ର – ଆଧୁନିକ ହେଉ ଓ ସମସ୍ତଙ୍କ ପାଇଁ ସୁଲଭହେଉ।
ନୀତିନ ଗଡ଼କରି କହିଛନ୍ତି ଯେ
ସେ ନିଜେ ନାଗପୁରରେ ଏମିତି କ୍ଲବ୍ ଓ ଷ୍ଟାଡିୟମ୍ ବନାଇବାକୁ ଚାହାଁନ୍ତି, ଯେଉଁଥିରେ ଫାଇଭ ଷ୍ଟାର ସୁବିଧା ଥିବ ଓ ଯେଉଁଠାରେ ଖୋ-ଖୋ, କବାଡ଼ି, ଫୁଟବଲ୍, ଭଲିବଲ୍ ପରି ଖେଳର ଉତ୍ତମ
ଶିକ୍ଷା ଦିଆଯିବ। ସେ କହିଛନ୍ତି ଯେ ଏହିପରି କ୍ଲବ୍ରୁ ଯେଉଁ ଆୟ ହେବ, ତାହାକୁ ଷ୍ଟାଡିୟମ୍ ନିର୍ମାଣ ପାଇଁ ବ୍ୟବହାର କରାଯିବ, ଯାହା ଦ୍ୱାରା ଗରିବ
ବର୍ଗର ଛୁଆମାନେ ମଧ୍ୟ ଖେଳ ଜଗତ ସହିତ ଯୋଡି ହୋଇ ପାରିବେ। ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ
ଖେଳ ଓ ପ୍ରଶିକ୍ଷଣରେ ଏକ ମଜବୁତ ସମନ୍ୱୟ ନ ହେବ, ସେପର୍ଯ୍ୟନ୍ତ
ଦେଶରୁ ଉତ୍ତମ ଖେଳାଳି ବାହାରିବେ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା