ନୂଆଦିଲ୍ଲୀ, 26 ଜୁଲାଇ (ହି.ସ.)- କେନ୍ଦ୍ରୀୟ
ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ୍ ଶନିବାର କହିଛନ୍ତି ଯେ,
ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବ୍ୟବସାୟ ବୁଝାମଣା
ଏକ ଐତିହାସିକ ପଦକ୍ଷେପ ଅଟେ । ଏହା କେବଳ ଏକ ଆର୍ଥିକ ବୁଝାମଣା ନୁହେଁ,
ବରଂ ସମୃଦ୍ଧି ପାଇଁ ଏକ ସାମୂହିକ ରୋଡମ୍ୟାପ୍।
ନୂତନ ଭାରତ-ବ୍ରିଟେନ ମୁକ୍ତ
ବାଣିଜ୍ୟ ବୁଝାମଣା ଅନୁଯାୟୀ, ୯୫ ପ୍ରତିଶତରୁ ଅଧିକ ଭାରତୀୟ
କୃଷି ଏବଂ ପ୍ରକ୍ରିୟାକରଣ ଖାଦ୍ୟ ରପ୍ତାନିକୁ ବ୍ରିଟେନ୍ରେ ଶୁଳ୍କ ମୁକ୍ତ ଭାବେ ପହଂଚିବ ।
କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ୍
ଭାରତୀୟ ଜନତା ପାର୍ଟି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଭାରତ ଓ ବ୍ରିଟେନ ମଧ୍ୟରେ ଏକ ସ୍ୱତନ୍ତ୍ର
ବାଣିଜ୍ୟ ବୁଝାମଣା ଉପରେ ସ୍ୱାକ୍ଷର କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ଅନେକ ସେକ୍ଟରରେ
ଅପାର ସମ୍ଭାବନାର ଦ୍ୱାର ଖୋଲିଥାଏ।
ଏହା ଭାରତ ଦ୍ୱାରା
ଏପର୍ଯ୍ୟନ୍ତ ହସ୍ତାକ୍ଷର କରାଯାଇଥିବା ସବୁଠାରୁ ବଡ଼ ଏବଂ ସବୁଠାରୁ ବ୍ୟାପକ ବାଣିଜ୍ୟ ବୁଝାମଣା
ଅଟେ , ଯାହା ଭାରତର ଅନ୍ତର୍ଜାତିକ ବାଣିଜ୍ୟ ବୁଝାମଣା ପାଇଁ ଏକ ନୂତନ ମାନକ
ସ୍ଥାପିତ କରିଛି।
ଏହି ବୁଝାମଣା କେବଳ
ଭାରତୀୟମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିନାହିଁ, ବରଂ ସେମାନଙ୍କର
ମୂଳ ହିତଗୁଡ଼ିକୁ ମଧ୍ୟ ସୁରକ୍ଷିତ କରିଛି। ଉଦାହରଣ ସ୍ୱରୂପ, ଏହି ବୁଝାମଣା
ଅନୁଯାୟୀ ଡାଏରୀ କ୍ଷେତ୍ରକୁ ସୁରକ୍ଷା ଦିଆଯାଇଛି। ଭାରତୀୟ କୃଷକ ଓ ପଶୁପାଳନ ପାରିସ୍ଥିତିକ ତନ୍ତ୍ରକୁ
ସୁରକ୍ଷା ଦେବା ପାଇଁ ଶୁଳ୍କ ଜାରି ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା