ନୂଆଦିଲ୍ଲୀ, 26 ଜୁଲାଇ (ହି.ସ.)- କାରଗିଲ ବିଜୟ ଦିବସରେ ବୀର ଯବାନଙ୍କୁ ନମନ କରିଛନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି
ଯେ, ଦେଶବାସୀଙ୍କୁ କାରଗିଲ୍ ବିଜୟ ଦିବସର ଅନେକ ଅନେକ ଶୁଭେଚ୍ଛା। ଏହି ଅବସର ଆମକୁ ଭାରତମାତାର
ସେହି ବୀର ସନ୍ତାନମାନଙ୍କର ଅପୂର୍ବ ସାହସ ଓ ଶୌର୍ଯ୍ୟର ସ୍ମୃତି ଦେଇଥାଏ, ଯେଉଁମାନେ ଦେଶର
ଆତ୍ମସମ୍ମାନକୁ ରକ୍ଷା କରିବା ପାଇଁ ନିଜ ଜୀବନ ବଳିଦାନ ଦେଇଥିଲେ। ମାତୃଭୂମି ପାଇଁ ଜୀବନ ଦେବାର
ସେମାନଙ୍କର ଉତ୍ସାହ ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଦେଉଥିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା