ବରୁଆଁ - ଯାଜପୁର ଟାଉନ ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟା , ଅଧ ଘଂଟା ଫସିଲା ଆମ୍ବୁଲାନ୍ସ
ଧର୍ମଶାଳା,୨୬ଜୁଲାଇ(ହି.ସ.) - ଯାଜପୁର ଜିଲାରେ ଦିନକୁ ଦିନ ବିଗିଡିବାରେ ଲାଗିଛି ଟ୍ରାଫିକ୍ ସମସ୍ୟା । ଫଳରେ ଆମ୍ବୁଲାନ୍ସ ସହ ସ୍ଥାନୀୟ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ଜିଲା ପ୍ର୍ରାସନର ନଜର ନ ପଡିବା ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଯାଜପୁର ସଦର ଥାନାଠାରୁ ମ
ବରୁଆଁ - ଯାଜପୁର ଟାଉନ ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟା । ଅଧ ଘଂଟା ଫସିଲା ଆମ୍ବୁଲାନ୍ସ


ଧର୍ମଶାଳା,୨୬ଜୁଲାଇ(ହି.ସ.) - ଯାଜପୁର ଜିଲାରେ ଦିନକୁ ଦିନ ବିଗିଡିବାରେ ଲାଗିଛି ଟ୍ରାଫିକ୍ ସମସ୍ୟା । ଫଳରେ ଆମ୍ବୁଲାନ୍ସ ସହ ସ୍ଥାନୀୟ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ଜିଲା ପ୍ର୍ରାସନର ନଜର ନ ପଡିବା ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଯାଜପୁର ସଦର ଥାନାଠାରୁ ମାତ୍ର ୩ଶହ ମିଟର ଦୂରରେ ଏକ ଆମ୍ବୁଲାନ୍ସ ରାସ୍ତାରେ ଅଧ ଘଂଟା ଫସି ଥିବା ବେଳେ ସ୍ଥାନୀୟ ସାମାଜିକ କର୍ମୀ ଓ କିଛି ବାଇକ୍ ଚାଳକଙ୍କ ହସ୍ତକ୍ଷେପ ପରେ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଟ୍ରାଫିକ୍ ସମସ୍ୟାରୁ ମୁକୁଳି ଥିଲା । ଘଂଟା ଘଂଟା ଧରି ଏହି ସ୍ଥାନରେ ଟ୍ରାଫିକ୍ ସମସ୍ୟାରେ ଶହଶହ ବାଇକ୍ ସହ ଏକ ଆମ୍ବୁଲାନ୍ସ ଫିସି ଯାଇଥିବା ବେଳେ ଥାନାର କୌଣସି କର୍ମଚାରୀଙ୍କ ଦେଖା ନ ମିଳିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଆଜି ସନ୍ଧ୍ୟା ପାଖାପାଖି ୭ଟା ୧୫ ମିନିଟି ସମୟରେ ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା ବରୁଆଁ-ଯାଜପୁର ଟାଉନ ମୁଖ୍ୟ ରାସ୍ତା ଗଜିପାଢୀ ନିକଟସ୍ଥ ଶ୍ମଶାନ ନିକଟରେ । ବରୁଆଁ - ଯାଜପୁର ଟାଉନ ମୁଖ୍ୟ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ଆଜି ପ୍ରାୟ ସନ୍ଧ୍ୟା ୭.୧୫ ମିନିଟ ସମୟରେ ଗଜିପାଢୀ ଛକ ନିକଟ ଶ୍ମଶାନ ନିକଟରେ ହଠାତ ରାସ୍ତା ଜାମ ହୋଇଯାଇଥିଲା । ଫଳରେ ରାସ୍ତାରେ ଶହଶହ ବାଇକ୍‌,କାର,ଟ୍ରକ,ହାଇୱା ଓ ଆମ୍ବୁଲାନ୍ସ ଫସି ଯାଇଥିଲା । ପାଖାପାଖି ଅଧ ଘଂଟାରୁ ଉର୍ଦ୍ଧ ସମୟ ଧରି ଗାଳି ଚଳାଚଳ ବନ୍ଦ ହୋଇ ଯାଇଥିଲା । ଆମ୍ବୁଲାନ୍‌ସଟି ଯାଜପୁର ଟାଉନରୁ ଏକ ଗୁରୁତର ରୋଗୀ ଓ ସମ୍ପର୍କୀୟଙ୍କୁ ନେଇ କଟକ ଅଭିମୁଖେ ଯାଉଥିବା ବେଳେ ସ୍ଥାନୀୟ ସାମାଜିକ କର୍ମୀ ସୁରେଶ କରଙ୍କ ସମେତ କିଛି ବାଇକ ଚାଲକ ଘଟଣାସ୍ଥଳରେ ଆମ୍ବୁଲାନ୍ସ ନିକଟରେ ପଂହଚି ଜାମରୁ ବାହାର କରିଥିଲେ । ପାଖାପାଖି ୪୫ ମିନିଟ ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱଭାବିକ ହୋଇଥିଲା । ସଦର ଥାନା ସମ୍ମୁଖ ଏତେ ସମୟ ଧରି ଜାମ ରହିବା ଫଳରେ ଥାନାର କୌଣସି କର୍ମଚାରୀଙ୍କୁ ଦେଖିବାକୁ ନ ମିଳିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande