ଗଞାମ, ୨୭ ଜୁଲାଇ (ହି.ସ.)- ଖଲିକୋଟ ନିକଟସ୍ଥ ପୂର୍ଣ୍ଣଚନ୍ଦ୍ର ପୁରରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ତିନୋଟି ପରିବାରର ଆଠ ବଖରା ଗୃହ ସମେତ ଘରେ ଥିବା ଆସବାବପତ୍ର ପୋଡି ଭସ୍ମିଭୂତ ହୋଇଛି। ଖଲିକୋଟରୁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ