ଭଦ୍ରକ ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ : ଭଣ୍ଡାରିପୋଖରୀ ଓ ଧାମନଗର ଅଂଚଳର ଅନେକ ଗ୍ରାମ ବନ୍ୟା ପାଣିଘେରରେ : ଗେଙ୍ଗୁଟି ନଦୀ ପୋଲ ଭୁଶୁଡ଼ିଲା : ଐତିହାସିକ ପୀଠ ଗୋହିରାଟିକିରି ମଠରେ ପଶିଲା ବନ୍ୟା ଜଳ
ଭଦ୍ରକ, ୨୭ ଜୁଲାଇ (ହି.ସ.)- ଭଦ୍ରକ ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀ ଓ ଧାମନଗର ଅଂଚଳର ଅନେକ ଗ୍ରାମ ବନ୍ୟାପାଣିଘେରରେ ରହିଛି । ବନ୍ୟା ଫଳରେ ଗତକାଲି ବିଳମ୍ବିତ ରାତିରେ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଂଚାୟତରେ ଗେଙ୍ଗୁଟି ନଦୀ ଉପରେ ରହିଥିବା ପୋଲ
ଭଦ୍ରକ ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ : ଭଣ୍ଡାରିପୋଖରୀ ଓ ଧାମନଗର ଅଂଚଳର ଅନେକ ଗ୍ରାମ ବନ୍ୟା ପାଣିଘେରରେ : ଗେଙ୍ଗୁଟି ନଦୀ ପୋଲ ଭୁଶୁଡ଼ିଲା : ଐତିହାସିକ ପୀଠ ଗୋହିରାଟିକିରି ମଠରେ ପଶିଲା ବନ୍ୟା ଜଳ


ଭଦ୍ରକ, ୨୭ ଜୁଲାଇ (ହି.ସ.)- ଭଦ୍ରକ ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀ ଓ ଧାମନଗର ଅଂଚଳର ଅନେକ ଗ୍ରାମ ବନ୍ୟାପାଣିଘେରରେ ରହିଛି । ବନ୍ୟା ଫଳରେ ଗତକାଲି ବିଳମ୍ବିତ ରାତିରେ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଂଚାୟତରେ ଗେଙ୍ଗୁଟି ନଦୀ ଉପରେ ରହିଥିବା ପୋଲ ଭୁଶୁଡିଛି । ଯାହାଦ୍ୱାରା ଟିକିଲିଆ - ଦାଣ୍ଡକୁଳକୁ ସଂଯୋଗ କରୁଥିଲା ଏହି ପୋଲ । ପୋଲ ଭୁଶୁଡ଼ିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସେହିପରି ଐତିହାସିକ ପୀଠ ଗୋହିରାଟିକିରି ମଠରେ ପଶିଛି ବୈତରଣୀ ନଦୀର ବନ୍ୟା ଜଳ । ଉଦ୍ଧାର ପାଇଁ ନିବେଦନ କରିଛନ୍ତି ବାବା । ଭିଡ଼ିଓ କଲ୍ କରି ସେ ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି । ମଠରେ ୪ ଜଣ ବାବା, ମାତା ଫଶି ରହିଥିବା ସେ ଏହି ଭିଡ଼ିଓ କଲ୍ ରେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande