ବିଶ୍ଵହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତୀୟ ବୈଠକ : ସୌମ୍ୟରଞ୍ଜନ ମିଶ୍ରଙ୍କୁ ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତ ସଂଯୋଜକ ଭାବେ ନୂତନ ଦାୟିତ୍ଵ
ବଲାଙ୍ଗିର, ୨୭ ଜୁଲାଇ (ହି.ସ.)- ଶନିବାରରୁ ରବିବାର ଦିନ ପର୍ଯ୍ୟନ୍ତ ବଲାଙ୍ଗିର କଲେଜ ଛକ ସରସ୍ଵତୀ ଶିଶୁମନ୍ଦିରରେ ଅନୁଷ୍ଠିତ ହୋଇଥିବା ବିଶ୍ଵହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତୀୟ ବୈଠକରେ ବଲାଙ୍ଗିରର ଯୁବ ସଂଗଠକ ସୌମ୍ୟରଞ୍ଜନ ମିଶ୍ରଙ୍କୁ ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତ
ବିଶ୍ଵହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତୀୟ ବୈଠକ


ବଲାଙ୍ଗିର, ୨୭ ଜୁଲାଇ (ହି.ସ.)- ଶନିବାରରୁ ରବିବାର ଦିନ ପର୍ଯ୍ୟନ୍ତ ବଲାଙ୍ଗିର କଲେଜ ଛକ ସରସ୍ଵତୀ ଶିଶୁମନ୍ଦିରରେ ଅନୁଷ୍ଠିତ ହୋଇଥିବା ବିଶ୍ଵହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତୀୟ ବୈଠକରେ ବଲାଙ୍ଗିରର ଯୁବ ସଂଗଠକ ସୌମ୍ୟରଞ୍ଜନ ମିଶ୍ରଙ୍କୁ ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତ ସଂଯୋଜକ ଭାବେ ନୂତନ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଏଥିପାଇଁ ବିଶ୍ଵହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ସଭାପତି, ପ୍ରାନ୍ତ ସମ୍ପାଦକ ଏବଂ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଶ୍ରୀ ମିଶ୍ର ବଜରଙ୍ଗ ଦଳ ସାଙ୍ଗଠନିକ ଜୀବନରେ ବଜରଙ୍ଗ ଦଳ ବଲାଙ୍ଗିର ନଗର ମିଳନକେନ୍ଦ୍ର ପ୍ରମୁଖ, ବଲାଙ୍ଗିର ନଗର ସଂଯୋଜକ, ବଲାଙ୍ଗିର ଜିଲ୍ଲା ସହ ସଂଯୋଜକ, ବଲାଙ୍ଗିର ଜିଲ୍ଲା ସଂଯୋଜକ, ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତ ମିଳନକେନ୍ଦ୍ର ପ୍ରମୁଖ ଏବଂ ଏହା ପୂର୍ବରୁ ପ୍ରାନ୍ତ ସହ ସଂଯୋଜକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande