ରୋଟାରୀ କ୍ଲବ ଅଫ୍ ଜୟପୁର ପ୍ରାଇଡ ତରଫରୁ ରକ୍ତଦାନ ଶିବିର, ୬୮ ୟୁନିଟ ରକ୍ତ ସଂଗ୍ରହ
ଜୟପୁର ରୋଟାରି କ୍ଲବ ଅଫ୍ ଜୟପୁର ପ୍ରାଇଡ ତରଫରୁ ଆଜି ରକ୍ତ ଦାନ ଶିବିର ଅନୁଷ୍ଟିତ ହୋଇଛି । ଜୟପୁର ଏନ.କେ.ଟି ରୋଡ ସ୍ଥିତ ବାସବୀ ଭବନ ଠାରେ ଏହି ରକ୍ତ ଦାନ ଶିବିର ଆଜି ଦିନ ୯ଟାରେ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହୋଇଛି । ଏଠାରେ ୬୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ରକ୍ତଦାନ କରନ୍ତୁ ଓ ନିଜ ଶର
ରୋଟାରୀ କ୍ଲବ  ଅଫ୍ ଜୟପୁର ପ୍ରାଇଡ ତରଫରୁ ରକ୍ତଦାନ ଶିବିର, ୬୮ ୟୁନିଟ ରକ୍ତ ସଂଗ୍ରହ


ଜୟପୁର ରୋଟାରି କ୍ଲବ ଅଫ୍ ଜୟପୁର ପ୍ରାଇଡ ତରଫରୁ ଆଜି ରକ୍ତ ଦାନ ଶିବିର ଅନୁଷ୍ଟିତ ହୋଇଛି । ଜୟପୁର ଏନ.କେ.ଟି ରୋଡ ସ୍ଥିତ ବାସବୀ ଭବନ ଠାରେ ଏହି ରକ୍ତ ଦାନ ଶିବିର ଆଜି ଦିନ ୯ଟାରେ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହୋଇଛି । ଏଠାରେ ୬୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ରକ୍ତଦାନ କରନ୍ତୁ ଓ ନିଜ ଶରୀରକୁ ସୁରକ୍ଷିତ ରଖନ୍ତୁ । ଏହା ଦ୍ୱାରା ହୃଦଘାତ ସମ୍ଭାବନା ଦୁର ହୁଏ, ରକ୍ତ ସଞ୍ଚାଳନ ବୃଦ୍ଧି ଘଟେ, ନୁତନ ରକ୍ତ କଣିକା ଜନ୍ମ ହୁଏ, କୋତୋଟି କର୍କଟ ରୋଗ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ ଆଦି ଜୟପୁର ପ୍ରାଇଡର ସଭାପତି ସୁରେଶ ପାଣିଗ୍ରାହୀ ସଚେତନ କରିଥିଲେ । ସମ୍ପାଦକ ରବି ନନ୍ଦ, ଜି ଭି ରାଓ, ଜୋନାଲ ଚେୟାର ରାମ ନାଥ ସାହୁ, ରାମ ହରି ପଣ୍ଡା, କାଳୁ ରାମ ପଣ୍ଡା, ମୁରଲି ଧର ସାବତ , ଏସ ରାଜେଶ, କେ ରାମ କ୍ରିଷ୍ଣା , ନାରାୟଣ ନିଶଙ୍କ, ପରେଶ ପାଳ, ଗୁଲା ଅଭିନାଶ, ରତ୍ନା କର ଚୈଧୁରି, ଜ୍ୟୋତି ସ୍ୱରୁପ ଭୋଇ, ବସନ୍ତ ରାଓ, ପ୍ରମୋଦ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ । ଜିଲା ମୁଖ୍ୟ ଚିକିତ୍ସାଳୟର ବ୍ଲଡ ବ୍ୟାଙ୍କ ଅଫିସର ଡାକ୍ତର ସୁଯ୍ୟ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଶିବିର କୁ ଚାଟେର ପ୍ରତିଷ୍ଠାତା ସଭାପତି ପ୍ରକାଶ ନାୟକ ଉଦଘାଟନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande