ବନବାସୀ ଆଶ୍ରମ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଶୁଣିଲେ ମୁଖ୍ୟମନ୍ତ୍ରୀ
ଆଶ୍ରମ ପିଲାମାନଙ୍କୁ ଭଲ ପାଠ ପଢି, କଠିନ ପରିଶ୍ରମ କରି ବଡ଼ ମଣିଷ ହେବାକୁ ଉପଦେଶ ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୨୭ ଜୁଲାଇ (ହି.ସ.) - ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରବିବାର ଦିନ ଭୁବନେଶ୍ୱର ମେଂଚଶ୍ୱର ଶିଳ୍ପାଂଚଳରେ ଥିବା ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ଆଶ୍ରମ ଅନ୍ତେବାସୀ ପିଲାଙ୍କ ଗ
ବନବାସୀ ଆଶ୍ରମ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଶୁଣିଲେ ମୁଖ୍ୟମନ୍ତ୍ରୀ


ଆଶ୍ରମ ପିଲାମାନଙ୍କୁ ଭଲ ପାଠ ପଢି, କଠିନ ପରିଶ୍ରମ କରି ବଡ଼ ମଣିଷ ହେବାକୁ ଉପଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭ ଜୁଲାଇ (ହି.ସ.) - ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରବିବାର ଦିନ ଭୁବନେଶ୍ୱର ମେଂଚଶ୍ୱର ଶିଳ୍ପାଂଚଳରେ ଥିବା ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ଆଶ୍ରମ ଅନ୍ତେବାସୀ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଆଜି ଥିଲା ୧୨୪ ତମ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ପିଲାଙ୍କ ସହ ଏହି କାର୍ଯ୍ୟକ୍ରମ ଶୁଣିବା ସହ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରେରଣାଦାୟୀ ଦିଗ ସମ୍ପର୍କରେ ବୁଝାଇଥିଲେ। ଏଥି ସହିତ ପିଲାମାନଙ୍କୁ ଭଲ ପାଠ ପଢି, କଠିନ ପରିଶ୍ରମ କରି ସଫଳତାର ସହିତ ବଡ଼ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଶ୍ରମ ପରିସରରେ ଏକ ନିମ୍ବ ବୃକ୍ଷ ଚାରା ମଧ୍ୟ ରୋପଣ କରିଥିଲେ।

ସୂଚନାଯୋଗ୍ୟ ଯେ, ଆଜି ୧୨୪ ତମ ଅଧ୍ୟାୟରେ ଦେଶର ବିଭିନ୍ନ ପ୍ରାନ୍ତର ଜନ ସମୂହଙ୍କ ପ୍ରେରଣାଦାୟୀ ପଦକ୍ଷେପ ସହିତ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମହିଳା ମାନଙ୍କ ଦ୍ୱାରା ସାନ୍ତାଳୀ ଶାଢ଼ୀର ପୁନରୁଦ୍ଧାର ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ୬୫୦ ଜଣ ଆଦିବାସୀ ମହିଳା ଆଜି ଏହି ଶାଢ଼ୀ ବୁଣି ଭଲ ରୋଜଗାର କରିବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି ସେ କହିଛନ୍ତି।

ଏଥିସହିତ ପ୍ରଧାନମନ୍ତ୍ରୀ ପ୍ରକୃତିର ସୁରକ୍ଷା ପାଇଁ ଆମ ଦାୟିତ୍ୱ ବିଷୟରେ କେନ୍ଦୁଝର ଜିଲ୍ଲାର ନାମ ନେଇଛନ୍ତି। କେନ୍ଦୁଝର ଜିଲ୍ଲାର ପ୍ରମିଳା ପ୍ରଧାନଙ୍କ ପ୍ରୟାସରେ ସଂକୀର୍ତ୍ତନ ମଣ୍ଡଳୀ ଜରିଆରେ କିଭଳି ପରିବେଶ ଓ ଜଙ୍ଗଲର ସୁରକ୍ଷା ସହିତ ଜଙ୍ଗଲ ନିଆଁ ରୋକିବା ପାଇଁ ସଚେତନ କରାଯାଉଛି ସେ ବିଷୟରେ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକଙ୍କ ସଂଘର୍ଷ, ସଫଳତା ଓ ନବସୃଜନ ଉପରେ ଗୁରୁତ୍ୱଦେଇ ଅନ୍ୟ ମାନଙ୍କୁ ପ୍ରେରଣା ଓ ମାର୍ଗଦର୍ଶନ ଦେଇ ଆସୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande