ଚାଷୀ ପଞ୍ଜିକରଣ ଫର୍ମ ଗ୍ରହଣ କରୁନାହାନ୍ତି ସଂପାଦକ
ଗଂଜାମ, 27 ଜୁଲାଇ (ହି.ସ.) ଗଞାମ ଜିଲାର ବିଭିନ୍ନ ସେବା ସମବାୟ ସମିତିର ସଂପାଦକ ମାନେ ଖରିଫ ଧାନ ପଂଜିକରଣ ପାଇଁଚାଷୀ ଫର୍ମ ଧରି ଗଲେ ବିଭିନ୍ନ ଆଳ ଦେଖାଇ ତାହା ଫେରାଉଥିବାରୁ ଓ ଫର୍ମ ଖାରଜ ହୋଇଯିବ ବୋଲି କହିବା ଫଳଭେ ଚାଷୀଙ୍କ ମନରେ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଉଛି। ସଂପାଦକ ମାନେ ଚା
ଚାଷୀ ପଞ୍ଜିକରଣ ଫର୍ମ ଗ୍ରହଣ କରୁନାହାନ୍ତି ସଂପାଦକ


ଗଂଜାମ, 27 ଜୁଲାଇ (ହି.ସ.)

ଗଞାମ ଜିଲାର ବିଭିନ୍ନ ସେବା ସମବାୟ ସମିତିର ସଂପାଦକ ମାନେ ଖରିଫ ଧାନ ପଂଜିକରଣ ପାଇଁଚାଷୀ ଫର୍ମ ଧରି ଗଲେ ବିଭିନ୍ନ ଆଳ ଦେଖାଇ ତାହା ଫେରାଉଥିବାରୁ ଓ ଫର୍ମ ଖାରଜ ହୋଇଯିବ ବୋଲି କହିବା ଫଳଭେ ଚାଷୀଙ୍କ ମନରେ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଉଛି। ସଂପାଦକ ମାନେ ଚାଷୀଙ୍କ ଠାରୁ ଫର୍ମ ରଖି ପଂଜିକରଣ କରିବାକୁ ଦାବି ହେଉଛି। ଯଦି ଫର୍ମ ଦାଖଲ ବେଳେ କିଛି ତୃଟି ଥିବ ତାହାହେଲେ ରେଜିଷ୍ଟ୍ରେସନ ପରେ ଆପେ କଟିଯିବ ଏଣୁ ସଂପାଦକ ମାନେ ଫର୍ମ ଗ୍ରହଣ ବେଳେ ମନା କରିବା ଆବଶ୍ୟକତା ନାହିଁ ବୋଲି ଜନମତ ପ୍ରକାଶ ପାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande