ବରିଷ୍ଠ ସାମ୍ବାଦିକ ରାଜ କୁମାର ମାହାଣାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା
ସୁବର୍ଣ୍ଣପୁର, ୨୭ ଜୁଲାଇ (ହି.ସ.)- ସଡକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିବା ତରଭା ର ପ୍ରମେୟ ପ୍ରତିନିଧି ତଥା ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ସାମ୍ୱାଦିକ ରାଜ କୁମାର ମାହାଣାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୋନପୁର ଶାହା ଗେଷ୍ଟ୍ ହାଉସ ଠାରେ ଆଜି ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତ
*ବରିଷ୍ଠ ସାମ୍ବାଦିକ ରାଜ କୁମାର ମାହାଣା ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଟିତ*-


ସୁବର୍ଣ୍ଣପୁର, ୨୭ ଜୁଲାଇ (ହି.ସ.)- ସଡକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିବା ତରଭା ର ପ୍ରମେୟ ପ୍ରତିନିଧି ତଥା ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ସାମ୍ୱାଦିକ ରାଜ କୁମାର ମାହାଣାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୋନପୁର ଶାହା ଗେଷ୍ଟ୍ ହାଉସ ଠାରେ ଆଜି ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସମ୍ମାନିତ ଅତିଥି ଭାବରେ ପ୍ରମେୟ ପରିବାରର ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାମ୍ୱାଦିକ ସଂଘର ଉପଦେଷ୍ଟା ପର୍ଶୁରାମ ମିଶ୍ର, ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା ସଭାପତି ମନୋରଞ୍ଜନ ତ୍ରୀପାଠୀ ଯୋଗଦେଇ ଶ୍ରୀ ମାହାଣାଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ l ପରେ ପରେ ପ୍ରମେୟ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ବିବେକା ନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମସ୍ତ ଅତିଥି ସ୍ୱର୍ଗତ ଶ୍ରୀ ମାହଣାଙ୍କ ସ୍ମୃତି ଚାରଣ କରି ତାଙ୍କ ଭଳି ଜଣେ ସରଳ ନିଷ୍କପଟ କର୍ମଠ ଓ ଅମାୟିକ ବ୍ୟକ୍ତିତ୍ୱଙ୍କୁ ହରାଇ ସାମ୍ୱାଦିକ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ମତ ରଖିଥିଲେ l ତାଙ୍କ ଠୁଁ ଆଗାମୀ ପିଢୀର ସାମ୍ୱାଦିକ ବହୁତ କିଛି ଶିକ୍ଷା ଲାଭ କରିବା ଉଚିତ ବୋଲି ମଧ୍ୟ କହିଥିଲେ l

ସଭାରେ ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ ସାଂଗଠନିକ ସମ୍ପାଦକ ରାଜ କିଶୋର ତ୍ରୀପାଠୀ, ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ଦିଲ୍ଲୀପ ପାତ୍ର, ସୋନପୁର ଜିଲ୍ଲା ଶାଖା ସମ୍ପାଦକ ମହାଦେବ ମଲ୍ଲିକ, ବରିଷ୍ଠ ସଦସ୍ୟ ସୁବାଷ ପଣ୍ଡା, ଉଗ୍ରସେନ କର୍ମୀ, ପ୍ରମେୟ ପରିବାର ର ବୀର ମହାରାଜ ପୁର ପ୍ରତିନିଧି ନିଳ କମଳ ମିଶ୍ର, ବିନିକା ପ୍ରତିନିଧି ମୁକେଶ ବଗର୍ତ୍ତୀ, ଅଶୋକ ପଣ୍ଡା, ସଦାନନ୍ଦ ପଧାନ, ଧନଞ୍ଜୟ ଆଡ ଜୁଆଡି, ବ୍ରହ୍ମା ନନ୍ଦ ପୁଝାରୀ, ଅରୁଣ ମିଶ୍ର, କିଶୋର ବହିଦାର, ଜିତେନ୍ଦ୍ର ଥାଟି, ବିଶିଷ୍ଟ ବ୍ୟବସାୟୀ ଜୟ କୃଷ୍ଣ ସା, ପ୍ରମୂଖ ସମସ୍ତ ବ୍ଳକ୍ ର ପ୍ରମେୟ ପ୍ରତିନିଧି ଓ ଜିଲ୍ଲା ର ବହୁ ସାମ୍ୱାଦିକ, ବୁଦ୍ଧିଜୀବୀ ଯୋଗ ଦେଇ ଶ୍ରୀ ମାହାଣାଙ୍କ ସ୍ମୃତିଚାରଣ କରିଥିଲେ l ପ୍ରମେୟ ପରିବାର ଏବଂ ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀଳ କମଳ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande