ଲଗାଣ ବର୍ଷାରେ କାନ୍ଥ ପଡିବାରୁ ସ୍ୱାମୀ, ସ୍ତ୍ରୀ ଆହତ
ଚମ୍ପୁଆ, ୨୭ ଜୁଲାଇ (ହି.ସ.) - ଲଗାଣ ବର୍ଷା ଯୋଗୁଁ ଚମ୍ପୁଆ ବ୍ଲକ୍ ଚନ୍ଦ୍ରଶେଖରପୁର ପଂଚାୟତ ଅନ୍ତର୍ଗତ କାଞ୍ଜିଆଶୁଳା ଗ୍ରାମରେ କାନ୍ଥ ପଡିବାରୁ ସ୍ୱାମି ସ୍ତ୍ରୀ ଆହତ ହେଇଥିବା ଜଣାପଡ଼ିଛି । ଗତ କାଲି ଚମ୍ପୁଆ ଅଂଚଳରେ ବର୍ଷା ଲାଗିରହିଥିଲା । ରାତି ପ୍ରାୟ ସାଢ଼େ ନଅ ଟା ସମୟ ରେ କାଞ୍ଜିଆଶୁଳା ପ୍ରାଥମିକ
ଲଗାଣ ବର୍ଷାରେ କାନ୍ଥ ପଡିବାରୁ ସ୍ୱାମୀ, ସ୍ତ୍ରୀ ଆହତ


ଚମ୍ପୁଆ, ୨୭ ଜୁଲାଇ (ହି.ସ.) - ଲଗାଣ ବର୍ଷା ଯୋଗୁଁ ଚମ୍ପୁଆ ବ୍ଲକ୍ ଚନ୍ଦ୍ରଶେଖରପୁର ପଂଚାୟତ ଅନ୍ତର୍ଗତ କାଞ୍ଜିଆଶୁଳା ଗ୍ରାମରେ କାନ୍ଥ ପଡିବାରୁ ସ୍ୱାମି ସ୍ତ୍ରୀ ଆହତ ହେଇଥିବା ଜଣାପଡ଼ିଛି । ଗତ କାଲି ଚମ୍ପୁଆ ଅଂଚଳରେ ବର୍ଷା ଲାଗିରହିଥିଲା । ରାତି ପ୍ରାୟ ସାଢ଼େ ନଅ ଟା ସମୟ ରେ କାଞ୍ଜିଆଶୁଳା ପ୍ରାଥମିକ ବିଦ୍ୟାଳୟ ନିକଟରେ ରହୁଥିବା ବେଣୁଧର ଦାସ (୬୫) ଓ ତାଙ୍କ ସ୍ତ୍ରୀ କାନ୍ଥ ଦାସ (୫୫) ଖାଇପିଇ ଶୋଇଥିବା ବେଳେ ସେମାନଙ୍କ ଉପରେ ଘରକାନ୍ଥ ପଡିଯିବାରୁ ଦୁହେଁ କାନ୍ଥ ତଳେ ଚାପି ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ । ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି । ତେବେ ଘର ଭାଙ୍ଗିବା ଯୋଗୁ ବେଣୁଧର ବେସାହାରା ହୋଇ ପଡିଛନ୍ତି । ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande