ଖୋର୍ଦ୍ଧା, ୨୭ ଜୁଲାଇ (ହି.ସ.)- ରବିବାର ପ୍ରତ୍ୟୁଷରେ ୪୧ ଇଣ୍ଡୋ ତିବତାନ ସୀମା ପୋଲିସ ବାଟାଲିୟନ, ଖୋର୍ଦ୍ଧା ପକ୍ଷରୁ କମାଣ୍ଡାଣ୍ଟ୍ ନରେନ୍ଦ୍ର ସିଂ ଙ୍କ ନେତୃତ୍ୱରେ ଫିଟ୍ ଫର ଇଣ୍ଡିଆ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ରାଲି ତଋତୁଆ ଆଇଟିବିପି କ୍ୟାମ୍ପସ ପରିସରରୁ ବାହାରି ଖୋର୍ଦ୍ଧା ସହର ଦେଇ ପରିକ୍ରମା କରିଥିଲା l ଜାତୀୟ ଏକତା, ସଂହତି, ଫୌଜି ସେବାର ନିଛକ ଝଲକ ଏହି ରାଲିରେ ଦେଖିବାକୁ ମିଳିଥିଲା। ଏପରିକି ରାଷ୍ଟ୍ର ସୁରକ୍ଷାରେ, ସୀମା ଜଗିବାରେ ଏବଂ ମାଓ ଦମନରେ ଇଣ୍ଡୋ ତିବତାନ ସୀମା ପୋଲିସର କର୍ତ୍ତବ୍ୟ ପରାୟଣତା ବିଷୟରେ ଆଲୋଚନା କରାଯାଇଥିଲା l
ହିନ୍ଦୁସ୍ଥାନ ସମାଚାର / ରାକେଶ