ଜୀବନ କୌଶଳ ଦକ୍ଷତା ତାଲିମ ଶିବିର
ବଲାଙ୍ଗୀର, ୨୭ ଜୁଲାଇ(ହି.ସ.) – ଆଗଲପୁର ବ୍ଲକର ଝରଣୀପାଲି ଓ ନୁନିଆପାଲି ପଂଚାୟତର ପାଣ୍ଡେସରା କମ୍ୟୁନିଟି ହଲ ଠାରେ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଏବଂ ଇଋଝଚଓଜଋ ତରଫରୁ ସ୍ଥାନୀୟ କିଶୋରୀ ସଂଘର ଲିଡରଙ୍କୁ ନେଇ ଜୀବନ କୌଶଳ ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଶୋରୀମାନେ କିଭଳି ଜୀ
ଜୀବନ କୌଶଳ ଦକ୍ଷତା ତାଲିମ ଶିବିର


ବଲାଙ୍ଗୀର, ୨୭ ଜୁଲାଇ(ହି.ସ.) – ଆଗଲପୁର ବ୍ଲକର ଝରଣୀପାଲି ଓ ନୁନିଆପାଲି ପଂଚାୟତର ପାଣ୍ଡେସରା କମ୍ୟୁନିଟି ହଲ ଠାରେ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଏବଂ ଇଋଝଚଓଜଋ ତରଫରୁ ସ୍ଥାନୀୟ କିଶୋରୀ ସଂଘର ଲିଡରଙ୍କୁ ନେଇ ଜୀବନ କୌଶଳ ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଶୋରୀମାନେ କିଭଳି ଜୀବନ କୌଶଳ ଦକ୍ଷତା ଅବଲମ୍ବନ କରି ନିଜ ଜୀବନକୁ ସରସ ସୁନ୍ଦର କରିପାରିବେ ସେ ଉପରେ ସଚେତନ କରାଯାଇଥିଲା। ଏଥିସହିତ ସବୁଜ ପନିପରିବା ତଥା ପୃଷ୍ଟିକର ଖାଦ୍ୟ ଏବଂ ଶରୀର ଗଠନ କାରି ଖାଦ୍ୟକୁ ଗୁରୁତ୍ୱ ଦେବାସହ ପରିଷ୍କାର, ପରିଚ୍ଛନ୍ନତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପାଂଚଟି ମାଡୁଲ, ଯଥା କିଶୋରୀ ସଂଘ ଗଠନ, ଚିନ୍ତନ ଦକ୍ଷତା, ବୁଝାମଣା ଦକ୍ଷତା, ପୃଷ୍ଟିକର ଖାଦ୍ୟ ଓ ପରିଷ୍କାର ପରିଚ୍ଛନତା ଉପରେ ବିଭିନ୍ନ ଗୀତ, ଗପ, ନାଚ କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଏଥିରେ ପ୍ରାୟ ୬୫ ଜଣ କିଶୋରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପ୍ରହଲ୍ଲାଦ ପଧାନ, ଅଭିଜିତ ମିଶ୍ର, ସୁଶାନ୍ତ ସା, ନମିତା ପଧାନ, ବର୍ଷା ଯୁଆଡି ପ୍ରମୁଖ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande