ଫୁଲବାଣୀରେ ଭାଜପା ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳନ
Kargil vijay biswash Observation in Phulbani
ଫୋଟ


କନ୍ଧମାଳ ,୨୭ଜୁଲାଇ(ହି.ସ.) ଫୁଲବାଣୀ ବୟନିକା ସମ୍ମୁଖରେ କାରଗିଲ ବିଜୟ ଦିବସ ପାଳନ କରାଯାଇଛି। ଶନିବାର ସନ୍ଧ୍ୟାରେ ଫୁଲବାଣୀ ଭାରତୀୟ ଜନତା ପାର୍ଟି ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଓ ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ କାର୍ଗିଲ ଯୁଦ୍ଧ ର ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ଯୁଦ୍ଧ ରେ ବିଜୟୀ ସେନାର ବିଜୟ ଗାଥାର ବର୍ଣ୍ଣନା କରିଥିଲେ। ଏହି ଅବସରରେ ଭଗବାନ ମହାନ୍ତି ଏବଂ କାରଗିଲ ଯୁଦ୍ଧ ର ସାମିଲ ଅବସର ପ୍ରାପ୍ତ ଭାରତୀୟ ସେନା ୨ଜଣ ଯୋଦ୍ଧା ଯୋଗ ଦେଇ ଯୁଦ୍ଧରେ ଘଟିଥିବା ଲୋମହର୍ଷଣକାରୀ ଘଟଣାର ବର୍ଣ୍ଣନା କରିବା ସହିତ ଯୁଦ୍ଧରେ ସହିଦ ହୋଇ ଥିବା ସେନା ଙ୍କ କଥା ମନେ ପକାଇ ଦୁଃଖ ପ୍ରକାଶ କରିଥିଲେ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା ଏହିିଅବସରରେ ଯୁଦ୍ଧରେ ଯୋଗ ଦେଇଥିବା ସେନା କର୍ମଚାରୀ ସେମାନଙ୍କୁ ସମ୍ମାନିତ କରାଯାଇଥିଲା ।ଏହି କାର୍ଯକ୍ରମରେ ନଗର ବିଜେପି ସମସ୍ତ କାର୍ଯ୍ୟକର୍ତ୍ତା ନଗର ସଭାପତି ଜଗନ୍ନାଥ ସାହୁ ଆୟୋଜକ ଏବଂ ଯୁବ ମୋର୍ଚ୍ଚା ସଭାପତି ମୁକ୍ତି ମହାନ୍ତି,ସଂଜିଟ ପାତ୍ର ,କାଉନସିଲର ବନ ମହାନ୍ତି,ନିବେଦିତା ପାତ୍ର,ଶ୍ରୀନିବାସ ପଟ୍ଟନାୟକ,ଧବଳ ପାତ୍ର,ବିକ୍ରମ ସିଂହ ରାଉତ ,ଅମରେନ୍ଦ୍ର ବେହେରା,ରତନ ଚୌଧୁରୀ,ଶଙ୍କର ପ୍ରଧାନ,ପ୍ରଦୀପ ପ୍ରଧାନ,ଅରବିନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande