ଜୟପୁର, ୨୭ ଜୁଲାଇ (ହି.ସ.)- ଜୟପୁର ମୁଖ୍ୟ ଟ୍ରାଫିକ ଛକ ପୁରଣା ବସଷ୍ଟାଣ୍ଡ ଠାରେ ମା ଜଗତ ଜନନୀ ଘରୋଇ ବସ ମାଲିକ ସଂଘର ଅଗ୍ରୀମ ଟିକଟ କାଉଣ୍ଟର ଆଜି ଅପରାହ୍ନ ୧ଟା ସମୟରେ ଶୁଭାରମ୍ଭ ହୋଇଛି । ବିଜେପି ବିଧାୟକ ପ୍ରାର୍ଥି ଗୌତମ ସାମନ୍ତରାୟ ଉଦଘାଟନ କରିଥିଲେ । ମାଲିକ ସଂଘ ସଭାପତି ଭାବେ ଗୌତମ ସାମନ୍ତରାୟ, ଉପ ସଭାପତି ଅଜୟ କୁମାର ରାଉତ, ସମ୍ପାଦକ ବି.ଏସ.ଆର ସେନାପତି, କାର୍ଯ୍ୟକାରି ସଭାପତି ଅଶୋକ କୁମାର ରାୟ, ଯୁଗ୍ମ ସମ୍ପାଦକ ଦେବରାଜ ପାତ୍ର, ସାଂଗଠନିକ ସମ୍ପାଦକ ବିଶ୍ୱଜିତ ରାଉତ, କୋଷାଧ୍ୟକ୍ଷ ଜି.ଭି.ଏସ.ଏନ. ମୁତ୍ତି ରହିଥିବା ବେଳେ ସୁଜିତ କୁମାର ରାଉତ, ଅଶୋକ କୁମାର ମହାନ୍ତି, ଫିରୋଜ କୁମାର ତୁରୁକ, ଏସ.କେ.ଶରିଫ, ଚନ୍ଦ୍ର ଶେଖର ପଣ୍ଡା ପ୍ରମୁଖ ସଦସ୍ୟ ରହିଛନ୍ତି । ଚ୍ରିପତ୍ତି ପାଣିଗ୍ରାହୀ ଙ୍କୁ ସଦସ୍ୟ ଭାବେ ନିଆଯାଇଛି ।
ଗତ ୨୫ ତାରିଖରେ ଘରୋଇ ବସ ମାଲିତ ସଂଘର ତରଫରୁ ସାଧାରଣ ବୈଠକ ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ୩ଟି କାଉଣ୍ଟର ମିଶି ଯାଇଥିବା ଘୋଷଣା କରାଯାଇଥିବା ବେଳେ ୨ ଦିନ ପରେ ଅନ୍ୟ ସଂଘ ଗଠନ କରାଯାଇଛି । ଯାହାକି ମାଲିକ ସଂଘରେ ବନ୍ଦଳ ଚାଲିଥିବା ସ୍ପଷ୍ଟ ହୋଇଛି । କାର୍ଯ୍ୟକାରି ସଭାପତି ଅଶୋକ ରାୟ କହିଛନ୍ତି ଯିଏ ଆମକୁ ଭାଗ ଭାଗ କରିବ ତାକୁ ବି ଆମେ ଭାଗ ଭାଗ କରିବୁ ବୋଲି ଚେତାବନୀ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି