ମାଲକାନଗିରି, ୨୭ ଜୁଲାଇ (ହି.ସ.)- ପୁଣି ଏକ ନାବାଳିକା ଦୁଷ୍କର୍ମ ମାମଲା ନଜରକୁ ଆସିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅଞ୍ଚଳରେ। ଜଣେ ନାବାଳିକା ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଲିଫ୍ଟ ଦେବା ବାହାନାରେ ଜଣେ ନାବାଳିକା ସହ ଦୁଷ୍କର୍ମ ହୋଇଥିବା ନେଇ ପୀଡିତାଙ୍କ ମାମୁ ଓର୍କେଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସେହିପରି ଅନ୍ୟ ଏକ ଘଟଣାରେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ନାବାଳିକା ଜଣକ ଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିଲେ। ତେବେ ନାବାଳିକା ଏକ ପୁତ୍ର ସନ୍ତାନ ଜନ୍ମ ଦେବା ପରେ ଗତକାଲି ନବଜାତକର ମୃତ୍ୟୁ ହୋଇଥିଲା। ଏହାପରେ ପୀଡିତା ନିଜ ପରିବାର ସହ ମୁଦୁଲିପଡା ଥାନା ର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜଣେ ଗିରଫ ହୋଇଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ