ରାଉରକେଲା, ୨୭ ଜୁଲାଇ (ହି.ସ.)- ବିଜେପି
ସରକାରର ଏକ ବର୍ଷ ପୁରିସାରିଥିବା
ବେଳେ ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ କହିଛନ୍ତି ଏକ ବର୍ଷ ଭିତରେ
କିଛି ଗୁରୁତ୍ୱପୁର୍ଣ କାମ କରାଯାଇଛି ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ କିଛି କାମ ଆଗେଇଛି ଆହୁରି ଅନେକ କାମ ବାକି ରହିଛି, ମହିଳାଙ୍କ ପ୍ରତି ତାଙ୍କର ଓ ତାଙ୍କ ଦଳର
ସମ୍ମାନ ରହିଛି ରାଉରକେଲା ଜେ.ପି. ଡାକ୍ତରଖାନାରେ ଡାଇରେକ୍ଟରଙ୍କ
ଦ୍ୱାରା ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ, ଗାଳି ମାଡ ଦିଆଯିବା ମାମଲାରେ ମହିଳାଙ୍କୁ ନ୍ୟାୟ ଦେବାକୁ ସେ ନିଶ୍ଚୟ ଆଗକୁ
ଆସିବେ ଓ ଲଢେଇ କରିବେ
ବୋଲି ଆଜି ରାଉରକେଲାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ
ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ପ୍ରକାଶ କରିଛନ୍ତି ।
ଶ୍ରୀ ତନ୍ତୀ
ପ୍ରାରମ୍ଭରେ କହିଥିଲେ ଯେ, ରାଉରକେଲା ଓ
ରଘୁନାଥପାଲ୍ଲୀ ଅଁଚଳରେ ଅନେକ ସମସ୍ୟା
ରହିଛି କିଛି ପ୍ରକଳ୍ପ ଆରମ୍ଭ ହୋଇ ରହିଯାଇଥିଲା ତାକୁ ଆଗେଇ ନିଆଯାଉଛି ।ରାସ୍ତା ଘାଟ, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ଆଦି କାମର ଉନ୍ନତି ଲାଗି ମୁଁ ଉଦ୍ୟମ ଜାରି ରଖିଛି ଏହାରି ଭିତରେ ୩ଟି ପୋଲ, ୫ଟି ଆର ଡି ରୋଡ
ଲାଗି ସରକାର ବ୍ୟବସ୍ଥା କରିଛନ୍ତି, ୨କୋଟିରୁ ଅଧିକ ଫଣ୍ଡ
ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଆସିଛି ଯେଉଁଥିରେ ଏହି ସବୁ ଅଁଚଳରେ ଥିବା ମନ୍ଦିର ଓ ପୁଜା ସ୍ଥଳୀ
ଅନ୍ୟନ୍ୟ କିଛି ଉନ୍ନୟନମୁଳକ କାମ କରାଜିବ । ବନ୍ଧମୁଣ୍ଡାରୁ
ସୁଇଡି ଲାଗି ଏକ ସ୍ୱତନ୍ତ୍ର ରାସ୍ତାର ବ୍ୟବସ୍ଥା କରାଯାଉଛି ଯେଉଁଥିରେ ଲୋକେ ଆଉ ବେଶି ବୁଲିକି
ଜିବେ ନାହିଁ ଓ ଉପକୃତ ହେବେ
। ବନ୍ଦ ପଡିଥିବା ଡାକ୍ତରଖାନା ଗୁଡିକୁ ପୁଣି ଚଲାଇବା ଲାଗି ବ୍ୟବସ୍ଥା କରାଯାଇଛି, ସ୍କୁଲ କଲେଜ ଗୁଡିକରେ ଥିବା କିଛି କିଛି ସମସ୍ୟାର ସମାଧାନ ଲାଗି ଚେଷ୍ଟା କରାଯାଇଛି । ରାଉରକେଲା ବିମାନ
କ୍ଷେତ୍ର ହେଉ କିମ୍ବା ରାଉରକେଲା ସରକାରୀ ଡାକ୍ତରଖାନା ତାର ଉନ୍ନତି ଲାଗି ସେ ଉଦ୍ୟମ ଜାରୀ
ରଖିଛନ୍ତି ।ରାଉରକେଲା ଠାରେ ଏକ ମେଡିକାଲ କଲେଜ, ଇକୋଟ୍ୟୁରିଜିମର ଉନ୍ନତିକରଣ, ସହରରେ ଆଇନ ଶୃଂଖଳା ଦିଗରେ ଉନ୍ନତିକରଣ ଲାଗି ସରକାରଙ୍କୁ ଜଣାଇବା, ଜିଲ୍ଲା ସ୍ୱାସ୍ଥ୍ୟ ସେବା ସଂପର୍କରେ ବିଧାନସଭା କମିଟୀକୁ ଜଣାଇବା ଯୁବପିଢୀଙ୍କ ଭିତରେ ଥିବା ଦକ୍ଷତାକୁ ନେଇ ସେମାନଙ୍କର
ବିକାଶ ଲାଗି ଆଗେଇବା, ପ୍ରଦୁଷଣ ଲାଗି ରହିଥିବା ସମସ୍ୟାର ସମାଧାନ, ପାଇପ ଯୋଗେ ଜଳ ଯୋଗାଣ, ଓଡିଶା
ରାଜ୍ୟ ପରିବହନର ରାଉରକେଲା ଶାଖାରେ
ଥିବା ସମସ୍ୟା ଇତ୍ୟାଦି
ସମେତ ଆହୁରି ଅନେକ କାର୍ଯ୍ୟ ଭିତରେ ନିଜକୁ ସାମିଲ କରିବା ସହ ସେଗୁଡିକ କିପରି
ସମାଧାନ ହେବା ସହ ଲୋକଙ୍କର କାମରେ
ଆସିପାରିବ ସେ ନେଇ ଶ୍ରୀ
ତନ୍ତୀ ଉଦ୍ୟମ କରିଥିବା କହିଛନ୍ତି । ଏହା ଛଡା
ବେକାରୀ ସମସ୍ୟାର ଦୂର ଲାଗି ସେ କଳକାରଖାନା
ଓ ଆରଏସପି ସହ କଥା ହୋଇଥିବା
ପ୍ରକାଶ କରିଛନ୍ତି ।ରାଉରକେଲାରେ ପୁଲିସ କମିଶନରେଟ ଲାଗି ସେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ
ସେ ଦିଗରେ କାମ କରିବେ ବୋଲି କହିଛନ୍ତି । ରାଉରକେଲାରେ ଉନ୍ନତିମୁଳକ କାମ ଲାଗି ସରକାରୀ ଜମି ଜବରଦଖଲ ଏକ ବଡ ସମସ୍ୟା
ବୋଲି ସେ ନିଜର ମତ
ରଖିବା ସହ ଏଥଲାଗି ସେ
ପୂର୍ବ ସରକାର ସମୟକୁ ଦାୟୀ କରିଛନ୍ତି ।ଏଭଳି ଜବରଦଖଲ ଲାଗି ସହରରେ ଆରଡିଏ ହେଉ କିମ୍ବା ହାଉସିଂ ବୋର୍ଡ ତାର ପ୍ରକଳ୍ପ ଗୁଡିକ କରିପାରୁନାହିଁ, ତଥାପି ଆରଡିଏ ଖୁବ ଶିଘ୍ର କିଛି ପ୍ରକଳ୍ପ ହାତକୁ ନେବ ଯେଉଁଥିରେ ଲୋକେ ଉପକୃତ ହେବେ । ରାଉରକେଲାର
ସାମ୍ବାଦିକ ମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲାଗି ସେ ଆରଏସପିକୁ ଲେଖିଥିବା
ଚିଠି ଉପରେ କ'ଣ ପଦକ୍ଷେପ ଆରଏସପି
ନେଲା ସେ ଦିଗରେ ସେ ଖୁବ ଶିଘ୍ର
ଆରଏସପିକୁ ଯୋଗାଯୋଗ କରିବେ ବୋଲି କହିଥିଲେ । ଶେଷରେ ରାଉରକେଲାରେ
ଥିବା ଜେ.ପି. ଡାକ୍ତରଖାନାର ଡାଇରେକ୍ଟର ଚନ୍ଦନ
ବଂଶଲ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିବେଦନ କରିବା ତାଙ୍କୁ ମାଡ ମାରିବା ଓ ଖରାପ ଭାଷାରେ
ଗାଳିଦେବା ମାମଲାରେ ସେ ଡିଆଇଜିଙ୍କ
ସହ କଥା ହୋଇଛନ୍ତି, ଯଦି ତାଙ୍କୁ ନ୍ୟାୟ ନମିଳିଲା ସେ ତାଙ୍କୁ ନ୍ୟାୟ
ଦେବାକୁ ଲଢେଇ କରିବେ ବୋଲି ପ୍ରକାଶ କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଧୀରେନ ସେନାପତି, ଗଙ୍ଗାଧର ଦାଶ, ଜିଲ୍ଲା ବିଜେପି ସଭାନେତ୍ରୀ ପୁର୍ଣିମା କେର୍କେଟା ଓ ପୂର୍ବତନ ସଭାନେତ୍ରୀ
ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ