ବୋଲବୋମ ପାଇଁ ପାତ୍ରପୁଟ ନିକଟରେ ଭିଡ ୫ ଘଂଟା ଧରି ଜୟପୁର ମାଲକାନଗିରି ରାସ୍ତା ଜାମ
ଜୟପୁର, ୨୭ ଜୁଲାଇ (ହି.ସ.) - ଶ୍ରାବଣ ମାସର ତୃତୀୟ ସୋମବାର ଅବସରରେ ବାବା ଗୁପ୍ତେଶ୍ୱରଙ୍କ ନିକଟରେ ଜଳାଭିଷେକ କରିବା ନିମନ୍ତେ ଆଜି ପାତ୍ରପୁଟ ନଦୀରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା। ଜୟପୁର ତଥା ଆଖପାଖ ଅଂଚଳର ହଜାର ହଜାର ଲୋକେ ଆଜି ପାତ୍ରପୁଟ ନଦୀ ନିକଟରୁ ଜଳ ନେଇ ବୋଲବୋମ ନାରା ଦେଇ ଗୁପ୍ତେଶ
ବୋଲବୋମ ପାଇଁ ପାତ୍ରପୁଟ ନିକଟରେ ଭିଡ ୫ ଘଣ୍ଟା ଧରି ଜୟପୁର ମାଲକାନଗିରି ରାସ୍ତା ଜାମ


ଜୟପୁର, ୨୭ ଜୁଲାଇ (ହି.ସ.) - ଶ୍ରାବଣ ମାସର ତୃତୀୟ ସୋମବାର ଅବସରରେ ବାବା ଗୁପ୍ତେଶ୍ୱରଙ୍କ ନିକଟରେ ଜଳାଭିଷେକ କରିବା ନିମନ୍ତେ ଆଜି ପାତ୍ରପୁଟ ନଦୀରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା। ଜୟପୁର ତଥା ଆଖପାଖ ଅଂଚଳର ହଜାର ହଜାର ଲୋକେ ଆଜି ପାତ୍ରପୁଟ ନଦୀ ନିକଟରୁ ଜଳ ନେଇ ବୋଲବୋମ ନାରା ଦେଇ ଗୁପ୍ତେଶ୍ୱର ଅଭିମୁଖେ ବାହାରିଥିଲେ। ପାତ୍ରପୁଟ୍ ନିକଟରେ ରାତି ୨ଟାରୁ ଗାଡି ଓ ବୋଲବୋମ ଭକ୍ତଙ୍କ ସମାଗମ ହୋଇଥିବା ଯୋଗୁଁ ରାସ୍ତା ଜାମ ହୋଇଥିଲା। ମାଲକାନଗିରି, ବୈପାରିଗୁଡା, ଲମତାପୁଟ ଅଂଚଳରୁ ଆସୁଥିବା ବସ ଟ୍ରକ ଓ ମାଲ ଗାଡି ଗୁଡିକ ରାସ୍ତା କଡରେ ଅଟକି ରହିଥିଲା। ଖବର ପାଇ ଜୟପୁର ସଦରପୁଲିସ, ବୈପାରିଗୁଡା ଓର୍ଡାଫ ଟିମ ଆସି ପହଁଚିବା ପରେ ସକାଳ ୮ଟାରେ ଯାତାୟତ ସ୍ୱଭାବିକ ହୋଇଥିଲା।

ଆଜି ସକାଳୁ ବୋଲବମ ଭକ୍ତମାନେ କାଉଡିରେ ପାଣି ଭାର ଧରି ଚାଲୁଥିବା ଦେଖିବାକୁ ମିଳିଥିଲା। ରାସ୍ତା କଡରେ ସେବା ଦଳ ମାନେ କାଉଡିଆଙ୍କୁ ସେବା ଯୋଗାଇଦେଉଥିବା ଦେଖିବାକୁ ମିଳିଥିଲା। ତୃତୀୟ ପାଳି ସୋମବାର ହୋଇଥିବା ଯୋଗୁଁ ସ୍ଥାନୀୟ ଡକରିଘାଟି ଠାରୁ ଗୁପ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ କାଉଡିଆଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ଭକ୍ତଙ୍କ ସମାଗମ ଓ ଟ୍ରାଫିକ ନିୟନ୍ତ୍ରଣ କରିବା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ୪ଚକିଆ ଯାନକୁ ୱାନ ୱେ କରାଯାଇଥିଲା। ଡକରିଘାଟି ଦେଇ ମନ୍ଦିର ଯାଉଥିବା ବେଳେ ଆସିବା ବେଳକୁ ୪ଚକିଆ ଯାନ ଗୁଡିକ ହଳଦିକୁଣ୍ଡ ଦେଇ ଆସୁଥିଲେ। ଆସନ୍ତା କାଲି ୩୦ ହଜାରରୁ ଅଧିକ କାଉଡିଆ ଜଳାଭିଷେକ କରିବେ ବୋଲି ଅନୁମାନ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande