ବଲାଙ୍ଗିର, 27 ଜୁଲାଇ (ହି.ସ.)
ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର ତରଫରୁ ସଂରକ୍ଷଣ ଦିବସ ମଞ୍ଚର ସଭାପତି ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସଂରକ୍ଷଣ ର ଜନକ ଶାହୁଜୀ ମହାରାଜା ଏବଂ ଡ. ଆମ୍ବେଦକର ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ ରାଜ୍ୟ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ବାଳ, ଜିଲ୍ଲା ଓବିସି ମଞ୍ଚ ଉପସଭାପତି କିଶୋର ସାଏ, ମନୋରଞ୍ଜନ ସାହୁ, ଟଙ୍କଧର ଗଡତ୍ୟା, ତରଣୀସେନ ଦିପ, ହିମାଂଶୁ ବିଭାର,ଦଣ୍ଡୁଆ କୁମ୍ଭାର,ବେଲାର ସିଂ ଭୋଇ,କୁନାଲ ଗହିର, ପୁର୍ଣ୍ଣଚନ୍ଦ୍ର ବିଶ୍ବାଳ,ସୁଜିତ କୁମାର କରଣ, ସୁବାସିନୀ ସାହୁ ଓ ଅନନ୍ୟା ମହିଳା ମାନେ ଉପସ୍ଥିତ ଥିଲେ। ସରୋଜ କୁମାର ମେଶ୍ଵା ସଂଯୋଜକ ଓବିସି ମଞ୍ଚ ବଲାଙ୍ଗିର ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ