ଭୁବନେଶ୍ୱର, ୨୭ ଜୁଲାଇ (ହି.ସ.) - ରକ୍ଷାବନ୍ଧନ ଦିନ କୋରାପୁଟର ଜୟପୁର ଠାରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ କରାଯିବ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି।
ଏକ୍ସରେ ଶ୍ରମତୀ ପରିଡା ଲେଖିଛନ୍ତି ଅଗଷ୍ଟ ୯ ପବିତ୍ର ରକ୍ଷାବନ୍ଧନ ଅବସରରେ ୧ କୋଟି ୨ ଲକ୍ଷ ୪୦ ହଜାର ସୁଭଦ୍ରା ଭଉଣୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ଉପହାର ପାଇବେ। କୋରାପୁଟ ଜିଲ୍ଲାର ଜୟପୁରରୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ କରାଯିବ। କୋରାପୁଟର କୋଟିଆ ଗସ୍ତ କରି ସମୀକ୍ଷା କରିବା ସହ କୋଟିଆର ଓଡ଼ିଆମାନେ ସୁଭଦ୍ରା କିସ୍ତି ମିଳିବା ସୁନିଶ୍ଚିତ କରାଯିବ। ଯେଉଁମାନେ କିଛି ପ୍ରତିବନ୍ଧକ ପାଇଁ ଏହି ଯୋଜନାରେ ସାମିଲ ହୋଇପାରିନାହାନ୍ତି ଆମେ ପର୍ଯ୍ୟାୟକ୍ରମେ ସେମାନଙ୍କ ପାଇଁ ବ୍ୟବସ୍ଥା କରିବୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା