ସହାୟତାର ହାତ ବଢ଼ାଇଲା ଭରସା ପରିବାର
ଚମ୍ପୁଆ, ୨୭ ଜୁଲାଇ (ହି.ସ.)- ଶୁଦ୍ଧିକ୍ରିୟା ପାଇଁ ଅସହାୟ ପରିବାରକୁ ସହାୟତାର ହାତ ବଢାଇଲା ଭରସା ପରିବାର ଟ୍ରଷ୍ଟ । କେନ୍ଦୁଝର ଜିଲ୍ଲା, ସୁନାପଶି ପଂଚାୟତର ଚମ୍ପୁଆ ବ୍ଲକ ଅନ୍ତର୍ଗତ ସରାସପଶି ଗ୍ରାମର ହେମନ୍ତ ମହାନ୍ତଙ୍କ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ନ ଥିବା ବେଳେ ପରିବାରର ସେ ଏକ ମାତ୍ର ରୋଜଗାରକ୍ଷମ
ସହାୟତାର ହାତ ବଢ଼ାଇଲା ଭରସା ପରିବାର


ଚମ୍ପୁଆ, ୨୭ ଜୁଲାଇ (ହି.ସ.)- ଶୁଦ୍ଧିକ୍ରିୟା ପାଇଁ ଅସହାୟ ପରିବାରକୁ ସହାୟତାର ହାତ ବଢାଇଲା ଭରସା ପରିବାର ଟ୍ରଷ୍ଟ । କେନ୍ଦୁଝର ଜିଲ୍ଲା, ସୁନାପଶି ପଂଚାୟତର ଚମ୍ପୁଆ ବ୍ଲକ ଅନ୍ତର୍ଗତ ସରାସପଶି ଗ୍ରାମର ହେମନ୍ତ ମହାନ୍ତଙ୍କ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ନ ଥିବା ବେଳେ ପରିବାରର ସେ ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତେବେ ଡେଙ୍ଗୁ ରୋଗରେ ପୀଡିତ ହୋଇ ହେମନ୍ତଙ୍କ ମୃତ୍ୟୁ ଘଟିବା ପରେ ପରିବାରର ମେରୁଦଣ୍ଡ ଦୋହଲି ଯାଇଥିଲା। ମୃତ୍ୟୁ ପରେ ତାଙ୍କର ଶୁଦ୍ଧିକ୍ରିୟା କରିବାକୁ ମଧ୍ୟ ପରିବାରଲୋକେ ଅସମର୍ଥ ହୋଇ ପଡିଥିଲେ। ଏହି ଘଟଣା ଭରସା ପରିବାର ଟ୍ରଷ୍ଟ ର ପ୍ରତିଷ୍ଠାତା ଓ ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତଙ୍କ ଦୃଷ୍ଟିଗୋଚର ହେବା ପରେ ଚମ୍ପୁଆ ବ୍ଲକ ସଭାପତି ରଶ୍ମିରେଖା ମହାକୁଡ଼, ଉପଦେଷ୍ଟା ଦୁଷ୍ମନ୍ତ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ରକ୍ତ ସଂଯୋଜକ ଦିଲ୍ଲୀପ ମୁଣ୍ଡାଙ୍କ ସମେତ ଚମ୍ପୁଆ ଭରସା ପରିବାରର ସଦସ୍ୟ ଶରତ ଖିଲାର, ପ୍ରଦୀପ ମହାନ୍ତ, ଅଜୟ ବାରିକ, ଦୀପକ ନାଏକ, ଚିନ୍ମୟ ମଲିକ, ହୃଦାନନ୍ଦ ପ୍ରଧାନ ପ୍ରମୁଖ ମୃତ ହେମନ୍ତ ମହାନ୍ତଙ୍କ ସରାସପଶି ସ୍ଥିତ ଘରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକ ସାମଗ୍ରୀ ସହାୟତା ପ୍ରଦାନ କରିଥିଲେ। ତା ସହିତ ସୁନାପଶି ସରପଞ୍ଚ ସଞ୍ଜିତା ଚାତାରଙ୍କୁ ଯୋଗାଯୋଗ କରି ହରିଶ୍ଚନ୍ଦ୍ର ଭତ୍ତା ପ୍ରଦାନ କରାଇବାର ବ୍ୟବସ୍ଥା କରିବାକୁ ଅବଗତ କରାଇଥିଲେ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande