ଲଗାଣ ବର୍ଷାରେ ପଡିଲା କାନ୍ଥ
ଚମ୍ପୁଆ, ୨୭ ଜୁଲାଇ (ହି.ସ.)- ଚମ୍ପୁଆ ବ୍ଲକ୍ ରଜିଆ ପଞ୍ଚାୟତ ଅନ୍ତର୍ଗତ କଞ୍ଚନପୁର ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ରୋହିତ ପ୍ରଧାନଙ୍କ ଘର କାନ୍ଥ ପଡିଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ। ଗତକାଲି ଚମ୍ପୁଆ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ରାତି ପ୍ରାୟ ନଅଟା ସମୟରେ ହଠାତ ଘର କାନ୍ଥ
ଲଗାଣ ବର୍ଷାରେ ପଡିଲା କାନ୍ଥ


ଚମ୍ପୁଆ, ୨୭ ଜୁଲାଇ (ହି.ସ.)- ଚମ୍ପୁଆ ବ୍ଲକ୍ ରଜିଆ ପଞ୍ଚାୟତ ଅନ୍ତର୍ଗତ କଞ୍ଚନପୁର ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ରୋହିତ ପ୍ରଧାନଙ୍କ ଘର କାନ୍ଥ ପଡିଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ। ଗତକାଲି ଚମ୍ପୁଆ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ରାତି ପ୍ରାୟ ନଅଟା ସମୟରେ ହଠାତ ଘର କାନ୍ଥଟି ପଡି ଯାଇଥିଲା। ରାତିରେ କାନ୍ଥଟି ପଡିଯିବା ସନ୍ଦେହ କରି ପରିବାର ଲୋକେ ଅନ୍ୟତ୍ର ଚାଲି ଯାଇଥିବାରୁ କୌଣସି ଧନ ଜୀବନ ନଷ୍ଟ ହୋଇ ନ ଥିଲା। ସମ୍ଭାବ୍ୟ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ। ତେବେ ଘର କାନ୍ଥ ପଡିଯିବା ଯୋଗୁ ରୋହିତ ବେସାହାରା ହୋଇ ପଡିଛନ୍ତି । ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande