ଜୟପୁର, ୨୭ ଜୁଲାଇ (ହି.ସ.)- ଜୟପୁର ସଦର ଥାନା ପକ୍ଷରୁ ପାତ୍ରପୁଟ୍ ଅଞ୍ଚଳରେ କାର ଓ ମୋଟରସାଇକେଲ ଯାଞ୍ଚ କରାଯାଇ ୭ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ପାତ୍ରପୁଟ୍ ଅଞ୍ଚଳରେ ମୋଟର ସାଇକଲ ଓ କାର ଗୁଡିକ ଅଟକାଇ ଯାଞ୍ଚ କରାଯାଇଥିଲା। ଗୋଟିଏ ମୋଟର ସାଇକେଲରେ ୩ ଜଣ ବସିଥିବା ମାମଲାରେ ଦୁଇ ଜଣ, ବିନା ହେଲମେଟରେ ଗାଡି ଚଲାଉଥିବା ମାମଲାରେ ୫ ଜଣ, କାରରେ ସିଟବେଲଟ ବାନ୍ଧିନଥିବା ମାମଲାରେ ଜଣକୁ ମିଶାଇ ମୋଟ ୭୫୦୦ ଟଙ୍କା ଆଦାୟ କରାଯାଇଛି। ଏହି ଯାଞ୍ଚ ପ୍ରକିୟା ପ୍ରତିଦିନ ସଦର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚାଲିବ ବୋଲି ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି