ବଢୁଛି ସୁବର୍ଣ୍ଣରେଖା, ବାଲେଶ୍ୱରରେ ବନ୍ୟା ସ୍ଥିତି
ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ବଢୁଛି ସୁବର୍ଣ୍ଣରେଖା । ବାଲେଶ୍ୱରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏହାଦ୍ୱାରା ପ୍ରଭାବିତ ହେବ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱର ବ୍ଲକ । ରାଜଘାଟରେ ଏବେ 10.02 ମିଟର ଜଳସ୍ତର ରହିଥିବା ବେଳେ ଆଉ କିଛି ସମୟ ମଧ୍ୟରେ 10.36 ମିଟର ଅତିକ
ବଢୁଛି ସୁବର୍ଣ୍ଣରେଖା,     ବାଲେଶ୍ୱରରେ ବନ୍ୟା ସ୍ଥିତି


ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ବଢୁଛି ସୁବର୍ଣ୍ଣରେଖା

। ବାଲେଶ୍ୱରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏହାଦ୍ୱାରା ପ୍ରଭାବିତ ହେବ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱର ବ୍ଲକ । ରାଜଘାଟରେ

ଏବେ 10.02 ମିଟର ଜଳସ୍ତର ରହିଥିବା ବେଳେ ଆଉ କିଛି ସମୟ ମଧ୍ୟରେ 10.36 ମିଟର ଅତିକ୍ରମ

କରିବ । ରାତି 9 ଟା ରେ 11.04 ମିଟର ପର୍ଯ୍ୟନ୍ତ ଯିବ ଜଳସ୍ତର । ଏନେଇ ବାଲେଶ୍ୱର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି

ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ । ବିଭାଗର ଜଣେ ସର୍ବୋଚ୍ଚ ଯନ୍ତ୍ରୀ ବନ୍ୟା ସ୍ଥିତି ସମୀକ୍ଷା

ପାଇଁ ବାଲେଶ୍ୱର ପଠାଯାଇଛି ।

ସେହିପରି ଆଖୁଆପଦାରେ ବୈତରଣୀ

ନଦୀ ଜଳସ୍ତର କ୍ରମଶଃ ହ୍ରାସ ପାଉଛି । ରାତି 2 ଟା ରେ 19.09 ମିଟର ରହିଥିବା ବେଳେ ଏବେ 18.54 ମିଟର ରହିଛି । ଖୁବ ଶୀଘ୍ର ବିପଦ ସଂକେତ ତଳକୁ ଆସିବ ଜଳ ସ୍ତର । ଜଳକାରେ

6.5 ମିଟର ବିପଦ ସଂକେତ

ଥିବା ବେଳେ ଏବେ 7.2 ମିଟର ଜଳସ୍ତର ରହିଛି । କ୍ରମଶଃ ଏହା ଖସିବ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ

ସର୍ବୋଚ୍ଚ ଯନ୍ତ୍ରୀ । ହୀରାକୁଦରେ 614 ଫୁଟ ଜଳ ରହିଛି । ହୀରାକୁଦକୁ 5 ଲକ୍ଷ 17 ହଜାର କ୍ୟୁସେକ ଜଳ ଇନ୍ ଫ୍ଲୋ ରହିଥିବା ବେଳେ 3 ଲକ୍ଷ 41 ହଜାର କ୍ୟୁସେକ

ନିଷ୍କାସିତ ହେଉଛି । ଆଗକୁ ଇନ ଫ୍ଲୋ କମିଲେ ପର୍ଯ୍ୟାୟ କ୍ରମେ ଗେଟ ବନ୍ଦ କରାଯିବ । ସେହିପରି

ରେଙ୍ଗାଲିରେ 3 ଟି ଗେଟରେ ବନ୍ୟା ଜଳ ନିଷ୍କାସିତ ହେଉଛି । ଆଗକୁ ଗେଟ ଖୋଲିବାର ସମ୍ଭବନା ନାହିଁ । ଗତକାଲି

ରାଜ୍ୟର କୌଣସି ଜାଗାରେ 50 ଏମଏମରୁ ଅଧିକ ବର୍ଷା ହୋଇ ନଥିବାରୁ ବଡ଼ ବନ୍ୟାର ଆଶଙ୍କା ନାହିଁ

ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande