ପୁରୀ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ
ପୁରୀ, ୨୭ ଜୁଲାଇ (ହି.ସ.)- ପୁରୀ ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣର ଅଧ୍ୟକ୍ଷା ଅଜନ୍ତା ଷଡଙ୍ଗୀଙ୍କ ତତ୍ଵାବଧାନରେ ଏକ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଜିଲ୍ଲା କୋର୍ଟ ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥ‌ିରେ ୭ ଗୋଟି ୧୩୮ ଏନ. ଆଇ ଆକ୍ଟ (ଚେକ ବାଉନସ) ସମ୍ବନ୍ଧିୟ ମୋକଦ୍ଦମାର ଫଇସଲା ହୋ
ପୁରୀ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ


ପୁରୀ, ୨୭ ଜୁଲାଇ (ହି.ସ.)- ପୁରୀ ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣର ଅଧ୍ୟକ୍ଷା ଅଜନ୍ତା ଷଡଙ୍ଗୀଙ୍କ ତତ୍ଵାବଧାନରେ ଏକ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଜିଲ୍ଲା କୋର୍ଟ ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥ‌ିରେ ୭ ଗୋଟି ୧୩୮ ଏନ. ଆଇ ଆକ୍ଟ (ଚେକ ବାଉନସ) ସମ୍ବନ୍ଧିୟ ମୋକଦ୍ଦମାର ଫଇସଲା ହୋଇଥିଲା।

ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ ପୁରୀ, ଏସ ଡି ଜେ ଏମ ପତିତପାବନ ପଣ୍ଡା, ରୀତିକା ଗର୍ଗ, ଏସ. ମହାପାତ୍ର, ଜେ ଏମ ଏଫ ସି. ଅନିମେଶ ଜେନା, ସୋନାଲି ମହାନ୍ତି ପ୍ରମୁଖ ମାମଲା ଗୁଡିକର ଫୈସଲା କରିଥିଲେ । ଏହି ଜିଲ୍ଲା ସ୍ତରୀୟ. ଲୋକ ଅଦାଲତକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣର ସଚିବ ପରିତୋଷ କୁମାର ସେଠୀ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande