ଭୁବନେଶ୍ୱର, ୨୭ ଜୁଲାଇ (ହି.ସ.) - ଓଡ଼ିଶାରେ ରାଷ୍ଟ୍ରପତି ଶାସନ ନେଇ ପ୍ରମିଳା ମଲ୍ଲିକ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ସେ କହିଛନ୍ତି ଆମ ମୁଖ୍ୟମନ୍ତ୍ରୀ ରାଜ୍ୟରେ ନାରୀଙ୍କ ଉପରେ ଯେକୌଣସି ଘଟଣା ଘଟୁଛି ସେ ନେଇ ତୁରନ୍ତ ପଦକ୍ଷେପ ନେଉଛନ୍ତି। ବିରୋଧୀଙ୍କ କାମ ବିରୋଧ କରିବେ। ପ୍ରମିଳା ମଲ୍ଲିକ ଭୁଲିଯାଉଛନ୍ତି ତାଙ୍କ ଶାସନ ସମୟରେ ବେବିନା, ଛବିନା ଭଳି ଘଟଣାରେ ତାଙ୍କ ସରକାର କଣ ପଦକ୍ଷେପ ନେଇଥିଲେ। ଆମକୁ କହିବା ଆଗରୁ ନିଜେ ଚିନ୍ତା କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା